Odiapua.com

ପଣ୍ଡିତ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ସଭା

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପଣ୍ଡିତ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ସ୍ମୃତିସଭା ପଢୁଆଁସ୍ଥ ବାସନ୍ତୀଦୁର୍ଗା ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି । ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ ତୈଳଚିତ୍ରରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟା ୫ଘଟିକା ସମୟରେ ସ୍ମୃତିସଭା ଡାକ୍ତର ପ୍ରଭାକର ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଯୋଗଦେଇ ଭାସ୍କର ଚନ୍ଦ୍ର ତ୍ରିପାଠୀଙ୍କ କାର୍ଯ୍ୟାବଳୀ ଓ ପଣ୍ଡିତ ତ୍ରିପାଠୀଙ୍କ ଲିଖିତ “ସତ୍ୟାର୍ଥପୁରାଣ” ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଦୟାନିଧି ଦାଶ ଯୋଗଦେଇ ସଂସ୍କୃତ ଭାଷା ଓ ସଂସ୍କୃତିର ଅଗ୍ରଦୂତ ବୋଲି ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଡକ୍ଟର ପ୍ରମୋଦ କୁମାର ନାୟକ ଯୋଗଦେଇ ଭଦ୍ରକରେ ପଣ୍ଡିତ ପରଂପରା ଓ ସତ୍ୟାର୍ଥ ପୁରାଣର ବ୍ୟାଖ୍ୟାନ କରିଥିଲେ । ବିଶିଷ୍ଟ ଅତିଥି ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ଅଭିମନ୍ୟୁ ସେନାପତି ଯୋଗଦେଇ ପଣ୍ଡିତ ତ୍ରିପାଠୀଙ୍କ କୃତି ଓ ଯୌଥ ପରିବାର ସମ୍ପର୍କରେ ମତ ରଖିଥିଲେ । ସଭା ପ୍ରାରମ୍ଭରେ ବେଦପାଠ ପଣ୍ଡିତ କରୁଣାକର ସନ୍ଧିବିଗ୍ରହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଶିକ୍ଷୟିତ୍ରୀ ମନୋରମା ଆଚାର୍ଯ୍ୟ କରିଥିବା ବେଳେ ଭାସ୍କର ଚନ୍ଦ୍ର ସ୍ମୃତି ସଂସଦର ସମ୍ପାଦକ ଡକ୍ଟର ନିତ୍ୟାନନ୍ଦ ମିଶ୍ର ସଂଯୋଜନା କରିବା ସଙ୍ଗେ ସଙ୍ଗେ ପଣ୍ଡିତ ତ୍ରିପାଠୀଙ୍କ କୃତୀ ‘ଲଘୁ ସିଦ୍ଧାନ୍ତ ଚନ୍ଦ୍ରିକା’ ଆଚାର୍ଯ୍ୟ ଶତକମ୍ , କ୍ଷୀରେଶ୍ୱର ମହାତ୍ମ୍ୟ ଓ ସତ୍ୟାର୍ଥ ପୁରାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପଣ୍ଡିତ ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଡଃ ସୌଦାମିନୀ ତ୍ରିପାଠୀ, ଡଃ ସୁରେସ କୁମାର ଦାସ, ପଣ୍ଡିତ ବିପଦ ଭଂଜନ ପାଢ଼ୀ, ସତ୍ୟାନନ୍ଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର କର, ସରସ୍ୱତୀ ତ୍ରିପାଠୀ, ମହାପ୍ରସାଦ କର, କନକଲତା ତ୍ରିପାଠୀ, ପ୍ରତ୍ୟାଶା ତ୍ରିପାଠୀ, ପ୍ରଶାନ୍ତ କୁମାର ପାଢ଼ୀ, ପ୍ରଶାନ୍ତ କୁମାର ତ୍ରିପାଠୀ, ସତ୍ୟସୁନ୍ଦର ତ୍ରିପାଠୀ, ରମେଶ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ଯୋଗେଶ ଚନ୍ଦ୍ର ମିଶ୍ର, ଉମେଶ ଚନ୍ଦ୍ର ତ୍ରିପାଠୀ, ଡଃ ଖଗେନ୍ଦ୍ର ଅଗସ୍ତୀ, ଶରତ ଚନ୍ଦ୍ର ତ୍ରିପାଠୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଚନ୍ଦ୍ରକାନ୍ତ ତ୍ରିପାଠୀ, ରତିକାନ୍ତ ତ୍ରିପାଠୀ ଓ ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ମୃତିକବିତା ଓ ଅନୁଭୂତି ବିଷୟରେ ଉପସ୍ଥାପନ କରିଥିଲେ । ପରିଶେଷରେ ଶ୍ରୀମତୀ ସରସ୍ୱତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।