ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ–୨୦୨୬ ଅବସରରେ ଜୋନ ସ୍ତରୀୟ ବକ୍ତା ପ୍ରଶିକ୍ଷଣ କର୍ମଶାଳା ଆଜି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ପଦାଧିକାରୀ, ଓଡିଶା ସରକାର ଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ରହି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଚିନ୍ତାଧାରା, ଏକାତ୍ମ ମାନବବାଦ ଓ ସାଙ୍ଗଠନିକ ସୁଦୃଢତା ବିଷୟରେ ମୂଲ୍ୟବାନ ମାର୍ଗଦର୍ଶନ ଦେଇଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳା ଆଗାମୀ ଦିନରେ ସଂଗଠନକୁ ଆହୁରି ସଶକ୍ତ କରିବା ସହିତ କାର୍ଯ୍ୟକର୍ତାମାନଙ୍କୁ ନୂତନ ପ୍ରେରଣା ଦେବ ବୋଲି ଆଶା ବ୍ୟକ୍ତ କରାଗଲା।