Odiapua.com

ପଢୁଆଁ ଗ୍ରାମରେ ଏକ ଦାରୁ ଉଦ୍ଧାର

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ୍ ଅନ୍ତର୍ଗତ ପଢୁଆଁ ଗ୍ରାମ ମୋହନପୁର ସମୁଦ୍ର କୂଳରୁ ଏକ ଦାରୁ ଉଦ୍ଧାର ହୋଇଛି । ଆଡିଆ ଗ୍ରାମର ନନ୍ଦିଆ ମାଝୀ ନାମକ ଧୀବର ସମୁଦ୍ର ନିକଟ ବେଢରେ ମାଛ ଜାଲ ବସାଉଥିବା ସମୟରେ ଏକ କାଠଗଣ୍ଡି ଭାସୁଥିବା ଓ ଏକ ନାଲି କପଡା ବନ୍ଧା ହୋଇଥିବା ଦେଖିବାକୁ ପାଇଲା । ସେ ଆସି ଗ୍ରାମରେ କହି ସାଥୀରେ କିଛି ଯୁବକଙ୍କୁ ନେଇ ରାତିରେ ଯାଇ ଏକ ବନି ଗଛରେ ବାନ୍ଧି ଆସିଥିଲେ । ସକାଳ ସମୟରେ ସରପଞ୍ଚଙ୍କ ସହିତ ସ୍ଥାନୀୟ ଗ୍ରାମବାସୀମାନେ ଯାଇ ସେଠାରେ ପାଇନଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ପାଇ ପାଖରେ ଥିବା ଏକ ମନ୍ଦିର ନିକଟରେ ଆଣି ରଖିଛନ୍ତି । ଦାରୁଟି କେଉଁଠୁ କିପରି ଆସିଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କେହି କେହି ସମୁଦ୍ର ନିକଟରେ ତିଆରି ହେଉଥିବା ଏକ ଜଗନ୍ନାଥ ମନ୍ଦିର ପାଇଁ ଆସିଥିବାର କହୁଛନ୍ତି ।