Odiapua.com

ପଢ଼ନ୍ତୁ ବ୍ୟାଙ୍କର ନୂଆ ନିୟମ

ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ୨୦୧୯ ସେପ୍ଟେମ୍ବର ୧ରୁ ବ୍ୟାଙ୍କ ନିୟମରେ ବହୁ ପରିବର୍ତ୍ତନ ହେବ। କିଛି ନିୟମ ଗ୍ରାହକଙ୍କୁ ଫାଇଦା ଦେଉଥିବା ବେଳେ ଆଉ କିଛି କ୍ଷତି ମଧ୍ୟ ଦେବ। ନୂତନ ନିୟମ ମୁତାବକ କାଲିଠୁ ବ୍ୟାଙ୍କ ସକାଳ ୯ଟାରେ ଖୋଲିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନ ସମସ୍ତ ସରକାରୀ ଓ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କଗୁଡିକୁ ସକାଳ ୯ଟାରେ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ସରକାରୀ ବ୍ୟାଙ୍କରେ କାମ ୧୦ଟାରେ ଆରମ୍ଭ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ୧ ଅର୍ଥାତ ଆସନ୍ତାକାଲିଠୁ ସମସ୍ତ ସରକାରୀ ଓ ଗ୍ରାମୀଣ ବ୍ୟାଙ୍କ(ଆରଆରବି) ସକାଳ ୯ଟାରେ ଖୋଲିବ।

ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନର ନିଷ୍ପତ୍ତି ପ୍ରକାରେ ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବାର ସମୟ ସମାନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବ୍ୟାଙ୍କିଙ୍ଗ ଡିଭିଜନ କନଫରେନ୍ସ ଜରିଆରେ ଜୁନରେ ଏକ ବୈଠକ କରିଥିଲେ। ବୈଠକରେ ସ୍ଥିର ହୋଇଥିଲା ଯେ, ବ୍ୟାଙ୍କର ଶାଖା ଗ୍ରାହକଙ୍କ ସୁବିଧା ହିସାବରେ ବ୍ୟାଙ୍କ ଖୋଲିବା ଉଚିତ୍। ଏଥିରେ ବ୍ୟାଙ୍କ ଶାଖା ଖୋଲିବାର ସମୟରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି।