Odiapua.com

ପଡିଆ ମଝିରେ ଡ୍ୟାନ୍ସ କଲେ କୋହଲୀ

ନୂଆଦିଲ୍ଲୀ,୦୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗଏନାରେ ଖେଳା ଯାାଉଥିବା ମ୍ୟାଚରେ ଫ୍ୟାନ୍ସ ବିରାଟ କୋହଲୀଙ୍କ ବ୍ୟାଟିଂ ନଦେଖିପାରନ୍ତୁ କିନ୍ତୁ ତାଙ୍କ ଡ୍ୟାନସ୍‌ ନିଶ୍ଚୟ ଦେଖିଥିବେ। ଗଏନାରେ ଖେଳା ଯାଇଥିବା ଓ୍ଵାନଡେ ମ୍ୟାଚରେ କ୍ୟାପଟେନ କୋହଲୀ ପଡିଆ ମଝିରେ ଡ୍ୟାନ୍ସ କରୁଥିବାର ଦେଖବାକୁ ମିଳିଥିଲା।

ବର୍ଷା ହେବା ପରେ ଯେତେବେଳେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିଲା ସେତେବେଳେ ଗ୍ରାଉଣ୍ଡମ୍ୟାନ୍‌ ମଇଦାନକୁ ଠିକ କରୁଥିଲେ। ଏହି ସମୟରେ ବିରାଟ କୋହାଲୀ ଅଚାନକ ଭାଙ୍ଗଡା କରିବାକୁ ଲାଗିଲେ। ବିରାଟ ଷ୍ଟାଡିୟମର କର୍ମଚାରୀଙ୍କ ସହିତ ଡ୍ୟାନ୍ସ କରିଥିଲେ।