Odiapua.com

ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଆଦର୍ଶ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜିତ

ତାଳଚେର, ୬/୮(ଓଡ଼ିଆ ପୁଅ/ଅଜିତ ବେହେରା): ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ତାଳଚେରର ମହୁଲପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧିତ କୁଇଜ୍ ଓ ନିବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତା ଭିତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟରର ଭାରପ୍ରାପ୍ତ ଅଧ୍ୟକ୍ଷା କୁମାରୀ ରେଶ୍ମା ମହାନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ହିନ୍ଦୀ ଶିକ୍ଷକ ରାଧାମୋହନ ପୂଜାହାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟାଟା ଷ୍ଟିଲର କର୍ମକର୍ତାମାନେ ଏହି ପ୍ରତିଯୋଗିତାର ଆୟୋଜକ ଥିଲେ। କୁଇଜ୍ ପ୍ରତିଯୋଗିତା ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବେଳେ ନିବନ୍ଧ ଲିଖନ ପ୍ରତିଯୋଗିତାରେ କେବଳ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ପିଲାମାନଙ୍କୁ ପ୍ରଶ୍ନ ପଚରାଯାଇ ସଠିକ୍ ଉତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନାଥାଉକି, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜିଲ୍ଲାରୁ ସର୍ବଶ୍ରେଷ୍ଠ ଦୁଇ ଜଣଙ୍କୁ ଭୁବନେଶ୍ୱର ଠାରେ ଡିସେମ୍ବର ୧୩ ତାରିଖରେ ଆୟୋଜିତ ହେବାକୁ ଥିବା ଚୁଡାନ୍ତ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏହି ପ୍ରତିଯୋଗିତାକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।