Odiapua.com

ପଟିଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ, ୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆସନ୍ତା ୫ ତାରିଖ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତି ସ୍ନାନ ମଣ୍ଡପରେ ୧୦୮ ଗଡୁ ମନ୍ତ୍ରପୁତ ଜଳ ରେ ସ୍ନାନ କରିବା ପରେ ୬ ତାରିଖ ଠାରୁ ୧୪ ଦିନ ପର୍ଯ୍ୟନ୍ତ ଜ୍ୱର ରୋଗରେ ପିଡୀତ ରହିବେ। ଏହାକୁ ଅନବସର କୁହାଯାଏ। ଏହି ସମୟରେ ପଟି ରେ ପାରମ୍ପରିକ ରଙ୍ଗ ତୁଳି ରେ ନିର୍ମିତ ଚିତ୍ରକର ସେବକଙ୍କ ଅଙ୍କିତ ଦାରୁ ଦେବତାଙ୍କ ଫଟ୍ଟଚିତ୍ର ସ୍ଥାନିତ ହୋଇଥାଏ। ଶ୍ରୀ ମନ୍ଦିର ର ଜୟ ବିଜୟ ଦ୍ୱାର ପଛପଟେ ଦେବୀ ସୁଭଦ୍ରା ଙ୍କୁ ଭୁବନେଶ୍ୱରୀ ବା ଯଜେ୍ଞଶ୍ୱରୀ, ପ୍ରଭୁ ବଳଭଦ୍ର ଙ୍କୁ ଅନନ୍ତ ବାସୁଦେବ, ଶ୍ରୀ ଜଗନ୍ନାଥ ଙ୍କୁ ଭଗବତ ବାସୁଦେବ ବା ନାରାୟଣ ଓ ସୁଦର୍ଶନ ଙ୍କୁ ପତିତପାବନ ଭାବେ ଭକ୍ତ ମାନେ ଦର୍ଶନ କରିଥାନ୍ତି। ସାଢୀବନ୍ଧା ଚିତ୍ରକର ସେବକମାନେ ପାରମ୍ପରିକ ବିଧି ବିଧାନ ଅନୁଯାୟୀ ଶ୍ରୀ ଜଗନ୍ନାଥ ପ୍ରଭୁ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ପଟିଦିଅଁ ପ୍ରସ୍ତୁତି କରିଥାନ୍ତି। ଜୟ ବିଜୟ ଦ୍ୱାର ପଛପଟେ ଖଟ ଉପରେ ମଦନ ମୋହନ, ରାମକୃ.ଶ୍ରୀ ଦେବୀ, ଭୂଦେବୀ, ଶ୍ରୀ ନୃସିଂହ ଓ ମାଧବ ଙ୍କ ସହିତ ପଟିଦିଅଁ ଶୋଭା ପାଇବେ। ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ପର ଦିନ ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଏହି ପଟିଦିଅଁ ମାନଙ୍କ ନିକଟରେ ଅନ୍ନମହାପ୍ରସାଦ ଭୋଗ କରାଯିବ। ଅଣସର ଘରେ ଦୈତାପତି ସେବକ ମାନଙ୍କ ଦ୍ୱାରା ଗୁପ୍ତ ସେବା କରାଯିବ।