ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର କୃଷକ କଲ୍ୟାଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ହିତାଧିକାରୀ ଚୟନରେ ଦଳୀୟ ମନୋବୃତି ଦୃଷ୍ଟିରୁ ପ୍ରକୃତ ଚାଷୀ ବଳି ପଡୁଛନ୍ତି । ମଣ୍ଡିରେ ମନୁଷ୍ୟକୃତ ସମସ୍ୟା ତଥା ମିଲର, ଯୋଗାଣ ବିଭାଗ, ସମବାୟ ବିଭାଗ ଓ ଶାସକ ଦଳର ନେତାମାନଙ୍କର ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ସ୍ୱୀକାର ହେଉଛି । ଧାନକ୍ରୟ ନିମିତ୍ତ ଆଦେଶ ପାଇଥିବା ମହିଳା ମହାସଂଘ ଗୁଡିକ ଦଳୀୟ ଭିତ୍ତିରେ ଚୟନ ଓ ସ୍ଥାନୀୟ ଶାସକ ଦଳର ନେତାମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ଦୃଷ୍ଟିରୁ ଧାନକିଣାରେ ସ୍ୱଚ୍ଛତା ରହୁନାହିଁ । ଏହିପରି ଅନେକ ସମସ୍ୟା ମଧ୍ୟରେ ଚାଷୀ ପେଷି ହେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛି! ଯାହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ଓ ଚାଷୀ ମାନଙ୍କୁ ସେମାନଙ୍କ ହକ ବିଷୟରେ ସଚେତନ କରିବା ପାଇଁ ମଣ୍ଡି ଚାଲ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବିଧାନସଭା ପକ୍ଷରୁ ମଣ୍ଡି ଗସ୍ତ ଅଭିଯାନ ଚାଲୁ ଥିବା ବେଳେ ଭଣ୍ଡାରିପୋଖରୀ ବିଧାନସଭା ମଣ୍ଡଳୀ ପକ୍ଷରୁ ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୦ଟି ମଣ୍ଡି ଗସ୍ତ କରି ଚାଷୀ ମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।କିନ୍ତୁ ଦୁଃଖର ବିଷୟ ଏବେବି ଚାଷୀମାନେ ଏହିଭଳି ମନ୍ୟୁଷ୍ୟକୃତ ସମସ୍ୟା ଯୋଗୁ ସରକାରଙ୍କ ଧାନ କିଣା ଅବଧି ମଧ୍ୟରେ ଧାନ ବିକ୍ରି କରିପାରୁନାହାନ୍ତି । ଯଦ୍ୱାରା ପୁନର୍ବାର ଆଜି ଏ ବିଷୟରେ ବିଧାନସଭା ନେତା ଶ୍ରୀ ଧଳ ଏକ ପ୍ରତିନିଧି ଦଳ ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ୩ ଦିନର ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି ।
ପ୍ରଦାନ କରାଯାଇଥିବା ଦାବିପତ୍ରରେ ଚାଷୀମାନଙ୍କ ଅଭିଯୋଗ ଓ ପ୍ରାପ୍ତ ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକରେ ଚାଷୀ ପଞ୍ଜିକରଣ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହେତୁ ପାଖାପାଖି ୨୦୦୦ ଚାଷୀ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ।ରାଜ୍ୟ ସରକାରଙ୍କର ତ୍ରୁଟିପୂର୍ଣ୍ଣର୍ ବ୍ୟବସ୍ଥା ପାଇଁ ଟୋକନ ପାଇ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖରେ ଚାଷୀ ଧାନ ବିକ୍ରି କରିପାରୁନାହିଁ । ଏହାବାଦ ମଣ୍ଡି ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କେଉଁଠି ଚଟାଣ ଓ ପାଲ ନାହିଁ ତ କେଉଁଠି ପାନୀୟ ଜଳ ଓ ବିଜୁଳିର ବ୍ୟବସ୍ଥା ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଧାନ ଅଖା, ସୁତୁଲୀ, ଶ୍ରମିକ ଖର୍ଚ୍ଚ,ଯାତାୟାତ ଖର୍ଚ୍ଚକୁ ମଧ୍ୟ ଚାଷୀଙ୍କ ପାଖରେ ପଂହଚାଯାଉନାହିଁ ।ଏଫଏକ୍ୟୁ ଆଳରେ କଟନି ଛଟନିରେ ୫ କିଲୋରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟାଯାଉଛି ।କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଞ୍ଚିିତ ହେଉଛନ୍ତି ।ଏହିଭଳି ଅନେକ ସମସ୍ୟା ମଧ୍ୟରେ ଚାଷୀ ଧୈର୍ଯ୍ୟହରା ହୋଇ ଚାଷ କାର୍ଯ୍ୟ ପ୍ରତି ଧିକ୍କାର ମନୋଭାବ ଆଣୁଥିଲେ ମଧ୍ୟ ସମସ୍ୟାର ସମାଧାନ ନିମିତ୍ତ ସରକାରୀ ଅଧିକାରୀ ମାନେ ସାମାନ୍ୟତମ ସ୍ପୃହା ପ୍ରକାଶ କରୁନାହାନ୍ତି । ଯାହାକୁ ନେଇ ଆଜି ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଉପସ୍ଥିତ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଯଦି ଆଗାମୀ ୩ ଦିନ ମଧ୍ୟରେ ଏହିସବୁ ମନ୍ୟୁଷ୍ୟକୃତ ସମସ୍ୟାର ସମାଧାନ ନହୁଏ ତେବେ ଭାରତୀୟ ଜନତା ପାର୍ଟି,ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ଧଳଙ୍କ ସମେତ ଉକ୍ତ ପ୍ରତିନିଧି ଦଳରେ ସାମିଲ ଥିବା ବିଜେପି ନେତା ସୁରେଶ ସାମଲ,ପୂର୍ଣ୍ଣଚନ୍ଦ୍ର ଖିଲାର,ଜୟକୃଷ୍ଣ ନାୟକ,ରତନ ପାତ୍ର, ପ୍ରଶାନ୍ତ କୁମାର ଖିଲାର,ସୁଶାନ୍ତ ନାୟକଙ୍କ ସହ କୃଷକ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ।