Odiapua.com

ପଞ୍ଜାବର ମୋହାଲିରେ ପୋଲିସ ଇଣ୍ଟେଲିଜେନ୍ସ ବିଭାଗ ବିଲଡିଂ ବାହାରେ ବିସ୍ଫୋରଣ – ଘଟଣାସ୍ଥଳରେ ଭାରୀ ପୋଲିସ ମୁତୟନ

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ସୋମବାର ରାତିରେ ପଞ୍ଜାବର ମୋହାଲିରୁ ବଡ ଖବର ଆସୁଛି। ପଞ୍ଜାବର ମୋହାଲିରେ ପୋଲିସ ଇଣ୍ଟେଲିଜେନ୍ସ ବିଭାଗ ବିଲଡିଂ ବାହାରେ ବିସ୍ଫୋରଣ ସୂଚନା ମିଳିଛି। ଏକ ରକେଟ ସଦୃଶ ବିସ୍ପୋରକ ମିଳିଥିବା କୁହାଯାଉଛି। ତେବେ ବିସ୍ଫୋରଣ ହେତୁ ପୋଲିସ ଇଣ୍ଟେଲିଜେନ୍ସ ବିଭାଗ ବିଲଡିଂ କାର୍ଯ୍ୟାଳୟର ଝରକା ଭାଙ୍ଗି ଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ତଥାପି ସୁରକ୍ଷା ଦୃଷ୍ଟିରୁ ସମଗ୍ର ମୋହାଲି ଜିଲ୍ଲାକୁ ପୋଲିସ ଛାଉଣିରେ ପରିଣତ କରାଯାଇଛି। ପଞ୍ଜାବ ପୋଲିସ ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀ ପାଇଥିବାର ଖବର ମିଳୁଛି, ପୋଲିସ ତଦନ୍ତ ଜାରି ରଖିଛି।