Odiapua.com

ପଞ୍ଜାବରୁ-ବିହାର ଚାଲିଚାଲି ଯାଉଥିବା ଶ୍ରମିକଙ୍କ ଉପରେ ବସ ଚଢ଼ିଗଲା ୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ମୁଜାଫରନଗର-ସାହାରନପୁର ରାଜ୍ୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ୮ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ରୋଡୱେ ବସ୍ ଚଢ଼ିଯାଇଥିଲା। ଏହି ସମସ୍ତ ଶ୍ରମିକ ପଞ୍ଜାବରୁ ପାଦରେ ଚାଲିଚାଲି ବିହାର ଫେରୁଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ବାକି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମିରଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ବସ୍ ରେ କୌଣସି ଯାତ୍ରୀ ନଥିଲେ। ଏବେ ସାଧାରଣ ପରିବହନ ଚଳାଚଳ କରୁନାହିଁ। ବସ୍ ଚଢ଼ାଇଦେବା ପରେ ସେଠାରୁ ଚମ୍ପଟ ମାରିଛି। ପୋଲିସ୍ ତଦନ୍ତ କରୁଛି।

ସୂଚନାଯୋଗ୍ୟଯେ, ଗତ ସପ୍ତାହରେ ମଧ୍ୟପ୍ରଦେଶର ନରସିଂହପୁରରେ ଏକ ଟ୍ରକରେ ଭାରସାମ୍ୟ ହରାଇବା ଫଳରେ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଏହାପୂର୍ବରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ରେଳ ଦୁର୍ଘଟଣାରେ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଲକଡାଉନ ଯୋଗୁଁ ଏହି ଶ୍ରମିକମାନେ କାରଖାନା ହେବା ପରେ ନିଜ ଘରକୁ ଫେରୁଥିଲେ। ଏହି ସମସ୍ତ ଶ୍ରମିକମାନେ ଟ୍ରାକରେ ଚାଲିଚାଲି ଯାଉଥିଲେ ଏବଂ ଥକାପଣ ଯୋଗୁଁ ଟ୍ରାକରେ ଶୋଇ ପଡ଼ିଥିଲେ। ସକାଳ ପ୍ରାୟ ୫ ଟା ସମୟରେ, ସେମାନଙ୍କର ନିଦ ଖୋଲିବା ପୂର୍ବରୁ, ମାଲବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା।