Odiapua.com

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳନ

ବାଲିଗୁଡା,୨୦-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମ ପଞ୍ଚାୟତ ଅଫିସରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳନ କରାଯାଇଥିଲା ଏହି ଦିବସରେ ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଏପିଓ କରନ ଉଠାନସିଂ, ବାରଖମା ସରପଞ୍ଚ କୁନାଳ ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାବୁଲା ସାହୁ, ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ଏହି ବୈଠକରେ ବାରଖମା, ରେବିଙ୍ଗିଆ ଗ୍ରାମର ଶତାଧିକ ବୃଦ୍ଧା, ବୃଦ୍ଧ,ପୁରୁଷ, ମହିଳା ଯୋଗଦେଇ ସେମାନଙ୍କର ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ରାସନ କାର୍ଡ, ଜବକାର୍ଡ ଭଳି ବିଭିନ୍ନ ଅଭିଯୋଗ କରିଥିଲେ।