Odiapua.com

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପରିଚାଳନା କମିଟି ଗଠନ

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଗଠନ କରିଛି ପରିଚାଳନା କମିଟି। ୧୮ ଜଣିଆ ସଦସ୍ୟଙ୍କୁ ନେଇ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି ପିସିସି ସଭାପତି। ତେବେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରାର୍ଥୀ ଚୟନ, ପରିଚାଳନା କରିବ କମିଟି।

ଏହି କମିଟିରେ ନରସିଂହ ମିଶ୍ର କମିଟି ଅଧ୍ୟକ୍ଷ ଥିବା ବେଳେ ଯଜ୍ଞେଶ୍ୱର ବାବୁ ଆବାହକ ନିଯୁକ୍ତ ହୋଇଛନ୍ତି।

ଅପର ପକ୍ଷରେ ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନର ପ୍ରଥମ ଦିନରେ ନାମାଙ୍କନ କରିଛନ୍ତି ୮ ହଜାର ୭୭୨ ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ୭୧୧୬ ୱାର୍ଡ ମେମ୍ବର, ୧ ହଜାର ୧୨୨ ସରପଞ୍ଚ ପ୍ରାର୍ଥୀ କରିଛନ୍ତି ନାମାଙ୍କନ ପତ୍ର ଦାଖଲ। ସେହିପରି ସମିତି ସଭ୍ୟ ପାଇଁ ୫୧୨ ଏବଂ ଜିଲ୍ଲା ପରିଷଦ ପାଇଁ ୨୨ ଜଣ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି।