ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପରିସରରେ ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଆଜି ବିଭିନ୍ନ ପଞ୍ଚାୟତର ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ବିଡିଓ, ତହସିଲଦାର, ବିଇଓ, ଥାନାଧିକାରୀଙ୍କ ଉପସ୍ଥିତିରେ ଷୋଳମପୁର, ସରସଦା ଓ ରାଜେନ୍ଦ୍ରପୁର ପଞ୍ଚାୟତର ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଆବଶ୍ୟକତା, ରୂପାନ୍ତରିତ ସ୍କୁଲ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ଦେବେନ୍ଦ୍ର ଦାଶ, ହେମନ୍ତ ଜେନା, ଧ୍ରୁବଚରଣ ବାରିକ ପ୍ରମୁଖ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ ।