Odiapua.com

ପଚାଂୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ କୁ ବିରୋଧ,ଜିଲ୍ଲାପ୍ରଶାସନ ନିକଟରେ ପହଁଚିଲା ୧୪୩ଟି ଅଭିଯୋଗ ପତ୍ର

ମାଲକାନଗିରି,୨୨ା୧୦ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ପାଇଁ ବିଭିନ୍ନ ସରପଚଂ,ସମତି ସଭ୍ୟ,ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ପ୍ରାର୍ଥୀ ଙ୍କ ପାଇଁ କରାଯାଇ ଥିବା ସ୍ଥାନ ସଂରକ୍ଷଣ ଠିକ ଭାବେ ହୋଇ ନଥିବାରୁ ଏହାକୁ ବିରୋଧ କରି ଓ ଏହାର ପୁନ୍ନବିଚାର କରି ସଂସୋଧନ କରିବା ପାଇଁ ଇତି ମଧ୍ୟରେ ଜିଲ୍ଲାପ୍ରଶାନ ନିକଟରେ ପହଁଚିସାରିଛି ୧୪୩ଟି ଅଭିଯୋଗ ପତ୍ର । ମାଲକାନଗରି ଜିଲ୍ଲାରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୧୧ଟି ସରପଚଂ,ସମିତି ସଭ୍ୟ,୧୫ଟି ଜିଲ୍ଲାପରିଷଦ ସଭ୍ୟ ପଦବି ରହିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହିଳା ଶାକ୍ଷରତା ହାର ଖୁବ କମ ଥିବା ବେଳେ ଏ ଗୁଡିକ ମଧ୍ୟରୁ ଅଧିକାଂଶ ସରପଂଚ ,ସମିତି ସଭ୍ୟ,ଜିଲ୍ଲାପରିଷଦ ପ୍ରାର୍ଥୀ ପଦବି କୁ ଅନୁସୁଚିତ ଜନଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଅଧିକ ମହିଳା ସଂରକ୍ଷଣ ପଦ୍ଧତିକୁ ବିରୋଧ କରି ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ମାନେ ଏହାର ସଂଶୋଧନ କରିବାପାଇଁ ଜିଲ୍ଲାପଚାଂୟତ ଅଧିକାରୀ,ଉପଜିଲ୍ଲାପାଳ,ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି । ବିଶେଷ କରି ମାଥିଲି ବ୍ଲକରେ ୨୦ଟି ପଚାଂୟତ ରହିଛି,ଏହା ଆଦିବାସୀ ଅଧ୍ୟୁଷିତ ଅଚଂଳ ହୋଇଥିବାରୁ ନାରୀ ଶିକ୍ଷାହାର ଖୁବ କମରହିଛି, ୩ଟି ଜିଲ୍ଲାପରିଷଦ ଜୋନ କୁ ମହିଳା ପ୍ରାର୍ଥୀ ପାଇଁ ସଂରକ୍ଷିତ କରାଯାଇଛି, ି ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮ଟି ଜିଲ୍ଲାପରିଷଦ ଜୋନ ରୁ ୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି, ଏହାର ପୁନ୍ନ ବିଚାର କରାଯାଉ ବୋଲି ନିର୍ବାଚିତ ପ୍ରତିନିଧି ମାନେ ଦାବି କରିଛନ୍ତି । ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ଅଣ୍ଡ୍ରାହଲ ପଚାଂୟତରୁ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକମାନେ ମଧ୍ୟ ପଚାଂୟତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ପାଇଁ ରଖା ଯାଇଥିବା ଅଧିକ ସଂରକ୍ଷଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି । ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନରେ କରାଯାଇଥିବା ସଂରକ୍ଷଣ ପଦ୍ଧତି କୁ ପୁନ୍ନ ସଂସୋଧନ କରିବା ପାଇଁ ଚିତ୍ରକୋଣ୍ଡା ଓ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଲୋକପ୍ରତିନିଧି ଓ ଗ୍ରାମବାସୀ ମାନେ ଜିଲ୍ଲାପ୍ରଶାନ କୁ ଦରଖାସ୍ତ ଦେଇଛନ୍ତି । ସଂରକ୍ଷଣ ପଦ୍ଧତି କୁ ବିରୋଧ ଓ ପୁନ୍ନ ସଂସୋଧନ କରିବା ପାଇଁ ଇତି ମଧ୍ୟରେ ଜିଲ୍ଲାପ୍ରଶାସନ ନିକଟରେ ୧୪୩ଟି ଅଭିଯୋଗ ପତ୍ର ପହଁଚି ସାରିଲାଣି ।