Odiapua.com

ପଚାଂୟତ ନିର୍ବାଚନରେ ଜିଲ୍ଲାପରିଷଦ ଜୋନ ମହିଳା ସଂରକ୍ଷଣ କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ନିର୍ବାଚିତ ପ୍ରତିନିଧି

ମାଲକାନଗିରି,୧୮ା୧୦ (ଓଡିଆ ପୁଅ )ମାଲକାନଗରି ଜିଲ୍ଲାପରିଷଦ ଜୋନ ଗୁଡିକରେ କରାଯାଇଥିବା ମହିଳା ସଂରକ୍ଷଣ ପଦ୍ଧତିକୁ ବିରୋଧ କରି ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ମାନେ ଏହାର ସଂଶୋଧନ କରିବାପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି । ଆଜି ମାଥିଲି ଅଚଂଳର ସମାଜସେବୀ କୁନାଲ ମିଶ୍ର ଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଭ୍ୟ କୁଶ ତାଟି,ବାଲରାଜୁ କୋପେ,ସରପଚଂ ଗୁପ୍ତ ଦୁରୁଆ,ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ମାଝୀ ପ୍ରମୁଖ ମାଲକାନଗରି ଜିଲ୍ଲାପାଳ ଓ ଜିଲ୍ଲାପଚାଂୟତ ଅଧିକାରୀ ଙ୍କୁ ଭେଟି ସଂରକ୍ଷଣ ପଦ୍ଧତିକୁ ପୁନ୍ନବିଚାର କରିବା ପାଇଁ ଦାବିଜଣାଇଛନ୍ତି । ମାଥିଲି ବ୍ଲକରେ ୨୦ଟି ପଚାଂୟତ ରହିଛି,ଏହା ଆଦିବାସୀ ଅଧ୍ୟୁଷିତ ଅଚଂଳ ହୋଇଥିବାରୁ ନାରୀ ଶିକ୍ଷାହାର ଖୁବ କମରହିଛି, ୩ଟି ଜିଲ୍ଲାପରିଷଦ ଜୋନ କୁ ମହିଳା ପ୍ରାର୍ଥୀ ପାଇଁ ସଂର କ୍ଷିତ କରାଯାଇଛି, ି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭ଟି ଜିଲ୍ଲାପରିଷଦ ଜୋନ ପାଇଁ ମାତ୍ର ଦୁଇଟି ମହିଳା ପାର୍ଥିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮ଟି ଜିଲ୍ଲାପରିଷଦ ଜୋନ ରୁ ୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି, ଏହାର ପୁନ୍ନ ବିଚାର କରାଯାଉ ବୋଲି ନିର୍ବାଚିତ ପ୍ରତିନିଧି ମାନେ ଦାବି କରିଛନ୍ତି । ଠିକ ସେହିପରି ଆଜି ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ଅଣ୍ଡ୍ରାହଲ ପଚାଂୟତରୁ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକମାନେ ମଧ୍ୟ ପଚାଂୟତ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ପାଇଁ ରଖା ଯାଇଥିବା ଅଧିକ ସଂରକ୍ଷଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟି ଏହାର ପୁନ୍ନସଂଶୋଧନ କରିବା ପାଇଁ ଦାବିଜଣାଇଛନ୍ତି ।