ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାଲକୋର ଦାମନଯୋଡି ଠାରେ ପଚଂ ପଟ୍ଟମାଳୀ ନାଟ୍ୟ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋତ୍ସବ ଚଳିତ ମାସ ୩ ତାରିଖରୁ ୧୩ ତାରିଖ ୧୧ ଦିନ ବ୍ୟାପି ଚାଲିଥିବା ବେଳେ ଏଥିରେ ଓଡିଶାର ୧୮ ଗୋଟି ଅଗ୍ରଣୀ ନାଟ୍ୟଦଳ ଭାଗ ନେଇଛନ୍ତି । ଉଦଘାଟନୀ ଦିବସରେ ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନର ନାଟକ “ଈଶ୍ୱର ଆଲ୍ଲା ତେରେ ନାମ” ନାଟକ ମଂଚସ୍ଥ ହୋଇଥିଲା । ମୁଖ୍ୟାଶଂରେ ଶିବ ପ୍ରସାଦ ମହାନ୍ତି, ନିର୍ମଳ ପରଡା, ଭବେଶ ନାୟକ, କିରଣ ପଣ୍ଡା,ରବିନ୍ଦ୍ର ସେଠୀ, ଆବୁ ସିଂହ, ବୃନ୍ଦାବନ ସାହୁ, ସନ୍ତୋଷ କର,ଗଜେନ୍ଦ୍ର ପାତ୍ର, ସୁମତୀ ପଣ୍ଡା, ସାନିଆ ସାହା ପ୍ରମୁଖଙ୍କ ଉଚ୍ଚକୋଟୀର ଅଭିନୟ ନାଟ୍ୟପ୍ରେମୀଙ୍କୁ ବାନ୍ଧି ରଖିଥିଲା । ଏହି ନାଟକର ରଚନା ଓ ନିର୍ଦ୍ଦେଶକ ଡ. ସୁଧାଂଶୁ ଶେଖର ନାୟକଙ୍କୁ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱୀତିୟ ନାଟକ ଜୟପୁର “ଶ୍ରାବଣୀର କିନ୍ନର”, ବାଲେଶ୍ୱର ରୟାଲ୍ସ କ୍ଲବର “ପିତୃଭକ୍ତି ନମୋଃ ନମଃ”, ବୀଣାପାଣି ସାହିତ୍ୟ କଳା ସଂସଦର ସୋନପୁରର “ବଲଦ”,ବାଣୀକ୍ଷେତ୍ର ନାଟ୍ୟ ପରିଷଦର ଜଗତସିଂହପୁରର “ଡାହାଣୀ”, ଶଦ୍ଦ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର “ଭାଜ୍ୟ, ଭାଜକ, ଭାଗଫଳ”, ଥିଏଟର ଅଭିଯାନ କଟକର “ପୁନଶ୍ଚ ମହାତ୍ମା”, ନାଟ୍ୟପ୍ରଭା ବାଲେଶ୍ୱରର “ଦି ଲାଷ୍ଟ ପେଗ୍”, ପ୍ରତିବିମ୍ବ ରାଉରକେଲାର “ହେଲୋ ନିଲେଶ”, ଉତ୍କଳ ସାଂସ୍କୃତିକ ପରିଷଦ ସୁନାବେଡାର “ଅବାନ୍ତର”, ସାଂସ୍କୃତିକ କଳା ପରିଷଦ “ସଂକଳ୍ପ ଶୂନ୍ୟ ପଞ୍ଜୁରୀ”, ଡ୍ରାମା ଚେତନା ସୋହେଲାର “ବୁକା”, ମିରର ଥିଏଟର ବେଲପାହାଡର “ପାହା ଚିହ୍ନାଁ”, ଅନ୍ୱେଷଣ ଥିଏଟର ଗ୍ରୁପ୍ ଯାଜପୁରର “ଆହତ ଆଲୋକ”, ଜାଗରଣ ଆର୍ଟ ଇଟଂର ନ୍ୟାସନାଲ୍ ଦେବଗଡର ଏକ “ଅବିବାହିତଙ୍କ ପ୍ରେମ କାହାଣୀ”, ଏସ ଆଣ୍ଡ ପି କଂପ୍ଲେକ୍ସ ନାଲକୋ ଅନୁଗୁଳର “ଥୋବ୍ରା”, ସ୍ୱସ୍ତି ଝଙ୍କାର ରାଉରକେଲାର “ପ୍ରଜାପତିର ଡେଣା”, ପ୍ରତିଭା ନାଟ୍ୟ ପରିଷଦ ଭୁବନେଶ୍ୱରର “ଅବଶିଷ୍ଟ ଜହ୍ନରାତି” ବିଭିନ୍ନ ଦିବସରେ ନାଟକ ପରିବେଷଣ କରିବେ । ଏହି ମହୋତ୍ସବର ଆସନ୍ତା ଶନିବାର ୧୧ ତାରିଖ ନାଟକ ଆଲୋଚନା ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ସନ୍ଧ୍ୟାରେ ଅର୍ଥାତ୍ ୧୩ ତାରିଖରେ ପୁରସ୍କାର ବିତରଣୀ ଓ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ।