Odiapua.com

ପଖାଳ ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ଓଡ଼ିଆଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ ୨୦/୦୩ (ଓଡ଼ିଆ ପୁଅ) : ଆଜି ବିଶ୍ୱ ପଖାଳ ଦିବସ। ପ୍ରତି ଓଡ଼ିଆଙ୍କ ପଖାଳ ହେଉଛି ପ୍ରିୟ ଖାଦ୍ୟ। ଗତକିଛି ବର୍ଷ ହେବ ଆଜିର ଦିନକୁ ପ୍ରତ୍ୟେକ ଓଡ଼ିଆ ବିଶ୍ୱର କୋଣ ଅନୁକୋଣରେ ପଖାଳ ଖାଇ ପଖାଳ ଦିବସ ଭାବେ ମନେଇଥାନ୍ତି। ପଖାଳ ଖାଇବାକୁ ନେଇ ଓଡ଼ିଆଙ୍କ ମନରେ କାହିଁ କେଉଁଠୁ ମହକ ବାରି ହେଇଯାଇଥାଏ। ମନ ଖୁସି ହୋଇଯାଇଥାଏ। ଖରାଦିନରେ ସମସେତଙ୍କୁ ହିଁ ପଖାଳ କଂସା ନଦର ଆସିଥାଏ। ପ୍ରତି ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। ଅବଶ୍ୟ ଓଡ଼ିଆଙ୍କର ବିଶେଷ କରି ନିତିଦିନିଆ ଖରାଦିନ ଖାଦ୍ୟ ହେଉଛି ପଖାଳ। ତେବେ ଆଜି ଦିନର ବିଶେଷତ୍ତ୍ୱକୁ ନେଇ ପଖାଳ ଖାଇ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ପଖାଳ ଖାଉଥିବାର ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ‘ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ। ପଖାଳ ମୋର ଅତି ପ୍ରିୟ। ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା।’