Odiapua.com

ପଂଚୁଟିକ୍ରି ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ବିଜେପି

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ପଂଚୁଟିକ୍ରି ପଂଚାୟତରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ୬ ପରିବାର ସର୍ବସ୍ୱାନ୍ତ ହୋଇଯାଇଥିଲେ । ଆଜି ବିଜେପି ର ଏକ ପ୍ରତିନିଧି ଦଳ ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି କମଳ, ପଲିଥିନ, ଶାଢୀ, ଡ୍ରେସ,ଶୁଖିଲା ଖାଦ୍ୟ,ସହିତ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଉକ୍ତ ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚାର ଜିଲ୍ଲା ସଭାପତି ଅଶୋକ ରାଉଳ, କୃଷକ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ରାଉଳ, ବରିଷ୍ଠ ନେତା କାହ୍ନୁ ଚରଣ ବେହେରା,ସମିତି ସଭ୍ୟ ଅଭୟ ବଳ,ଦେବେନ୍ଦ୍ର ନାୟକ, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଏହି ଦଳରେ ସାମିଲ ହୋଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ସୋମବାର ଦିନ ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପଂଚୁଟିକ୍ରି ପଂଚାୟତରେ ନରହରି ଜେନା, ପୂର୍ଣ ଜେନା, କିଶୋର ଜେନା, ନୟନ ବେହେରା, ଦୁଃଖ ବେହେରା, ଏବଂ ବିଜୟ ବେହେରାଙ୍କ ୬ବଖରା ଘର ସଂପୂର୍ଣ ଭସ୍ମୀଭୂତ ହୋଇଯାଇଥିଲା ।