Odiapua.com

ପଂଚାୟତ କାର୍ଯ୍ୟାଳୟରୁ ଚୋରୀ ଅଭିଯୋଗ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ପଂଚାୟତ କାର୍ଯ୍ୟାଳୟରୁ ଚୋରୀକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ସରପଂଚ। ଗତକାଲି ରାତିରେ ବାସୁଦେବପୁର ଥାନା ଅଧିନ ସୁଗୋ ପଂଚାୟତ କାର୍ଯ୍ୟାଳୟରୁ ଚୋରୀ ହୋଇଥିବାକୁ ନେଇ ଆଜି ସରପଂଚ ଜାଣିବାକୁ ପାଇଥିଲେ। ଏହି ଘଟଣା ସଂପର୍କରେ ସରପଂଚ ଚିନ୍ତାମଣୀ ନାୟକ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗକୁ ଭିତି କରି ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ସୂଚନା ଦେବା ସହ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି।