ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ କଲ୍ୟାଣପୁର(ଚତୁର୍ଭୁଜ ପୁର) ଠାରେ ଏକ ପଂଚମୂଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ରବିବାର ଠାରୁ ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୁତି ଦିଆଯିବ। ରବିବାର ପ୍ରତ୍ୟୁଷରୁ ଗ୍ରାମର ମହିଳା ଓ ପୁରୁଷ ମାନେ ନିକଟସ୍ଥ ବୈତରଣୀ ନଦୀରୁ ଏକ କଳସ ଶୋଭାଯାତ୍ରା ରେ ଜଳ ଆଣି ଅଭିଷେକ କରାଯାଇଛି। ସୋମବାର ସକାଳୁ ସୂର୍ଯ୍ୟ ପୂଜା,ଭୁମୀ ପୂଜା,ଗୋ ପୂଜା ଆଦି ସମସ୍ତ ପୂଜାବିଧି ପରେ ପଂଚମୂଖୀ ହନୁମାନ ବିଗ୍ରହ ରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା।ପୂଜକ ଭାବେ ନୀରଞ୍ଜନ ପାଣିଗ୍ରାହୀ, ହରିଶଙ୍କର ଦୀକ୍ଷିତ, ଜ୍ଞାନରଞ୍ଜନ ମିଶ୍ର, ବଳରାମ ତ୍ରିପାଠୀ,ରାମ କିଙ୍କର ଦାଶ, ସୂର୍ଯ୍ୟମଣି ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ଦୟାଶଙ୍କର ଶତପଥୀ ପୂଜାର୍ଚ୍ଚନା କରିଥିଲେ। ମୂଖ୍ୟ କର୍ତା ଭାବେ ସୋନାଲି ରାଉତ,ଅଜୟ ରାଉତ, ପୂର୍ଣ୍ଣିମା ଦାସ, ବିକାଶ ଦାସ, ଦେବସ୍ମିତା ସୂତାର,ନିଶୀକାନ୍ତ ସୂତାର, ଚିନ୍ମୟ ସାମଲ, ଜ୍ୟୋତି ରଞ୍ଜନ ସାମଲ, ମଧୁସ୍ମିତା ସାହାଣୀ ଓ ନିରଞ୍ଜନ ସାହାଣୀ ପ୍ରମୁଖ ସଂକଳ୍ପ କରିଥିଲେ। ଚତୁର୍ଭୁଜପୁର ଓ କଲ୍ୟାଣପୁର ର ଗ୍ରାମବାସୀ ସହଯୋଗ କରିଥିଲେ।