Odiapua.com

ନୟାଗଡ଼ : ୪ ବ୍ଳକର ୩୧ ଜଣ ଜିଆର୍‌ଏସ୍‌ଙ୍କ ଅଦଳ ବଦଳ

ନୟାଗଡ଼, ୨୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ୪ଟି ବ୍ଳକର ୩୧ ଜଣ ଜିଆର୍‌ଏସ୍‌ଙ୍କୁ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳ ବଦଳ କରାଯାଇଛି। କେତେକଙ୍କୁ ବ୍ଳକ ଭିତରେ ଅଦଳ ବଦଳ କରାଯାଇଥିଲା ବେଳେ ଆଉ କେତେକଙ୍କୁ ବ୍ଳକ ବାହାରକୁ ବଦଳି କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ସରୋଜ ପ୍ରଧାନ, ଇନ୍ଦ୍ର ଜେନା, ଅଶୋକ ପ୍ରଧାନ, ସୁଶ୍ରୀ ପଲ୍ଲବୀ, ସତ୍ୟଭାମା ସାହୁ, ମମତା ଧଳ, ଶ୍ରୀବତ୍ସ ରାଉତ, ଅନିତା ଦାସ.ମାନଓ ସାହୁ, ବଳଭଦ୍ର ସ୍ୱାଇଁ, ପୁଷ୍ପଲତା ମହାରଣା, ପ୍ରତିମା ସାହୁ, ଜିତେନ୍ଦ୍ର ଚୌଧୁରୀ, ଆର୍ତ୍ତବନ୍ଧୁ ପ୍ରଧାନ, ସହଦେବ ନାୟକ, ନର୍ମଦା ଭଟ୍ଟ, ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ, ମାନଓ ରଂଜନ ନାୟକ, ଗୋବିନ୍ଦ ଚନ୍ଦ୍ର ଦାସ, ସଞ୍ଜୟ ନାୟକ, ଅଜୟ ରଣା, ସନ୍ତୋଷ ନାୟକ, ମହାବୀର ସାହୁ, ବିଜୟ ଲକ୍ଷ୍ମୀ ବେହେରା, ସଞ୍ଜୁବାଳା ସାହୁ, ଅଶୋକ ସାହୁ, ଭୋଳାନାଥ ସାହୁ, ପ୍ରବୀଣ ନାୟକ, ସୌମ୍ୟରଂଜନ ବେହେରା, ସଞ୍ଜୟ ଦାସ ଓ ରଘୁନାଥ ନାୟକ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ଏହି ଅଦଳ ବଦଳରେ ଭାପୁର ବ୍ଳକର ସର୍ବାଧିକ ଜିଆର୍‌ଏସ୍‌ଙ୍କର ଅଦଳ ବଦଳ ହୋଇଥିବା ଜଣାପଡ଼ିଛି।