Odiapua.com

ନୟାଗଡ଼: ୪ଟି ବ୍ଳକରୁ ନୂଆ ୧୧ କରୋନା ସହ ସମୁଦାୟ ୩୪୧

ନୟାଗଡ଼, ୧୯ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ରବିବାର ୪ଟି ବ୍ଳକରୁ ୧୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୮ଜଣ ସ୍ଥାନୀୟ ସଂକ୍ରମଣ। ଏହି ୪ଟି ବ୍ଳକ ହେଲା ଓଡ଼ଗାଁ ବ୍ଳକରୁ ୮ଜଣ, ନୂଆଗାଁ ବ୍ଳକରୁ ଜଣେ, ଖଣ୍ଡପଡ଼ା ବ୍ଳକରୁ ଜଣେ ଓ ନୟାଗଡ଼ ବ୍ଳକରୁ ଜଣେ ବୋଲି ଜଣାପଡ଼ିଛି। ଯାହାକି ଜିଲାରୁ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ହୋଇଛି। ଓଡ଼ଗାଁ ବ୍ଳକରୁ ଯେଉଁ ୮ଜଣ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସୁନାମୁହିଁ ପଂଚାୟତରୁ ୫ଜଣ ଓ ଏମାନଙ୍କ ମଧ୍ୟରେ ପୁରୁଷ ୪ଜଣ ଥିଲାବେଳେ ଜଣେ ମହିଳା ଅଛନ୍ତି। କୁରାଳ ପଂଚାୟତରୁ ପୁରୁଷ ୨ଜଣ ଏବଂ ଜଣେ ପୁରୁଷ ସଂକ୍ରମିତ ଶରଧାପୁର ପଂଚାୟତରୁ ଚିହ୍ନଟ ହୋଇଛନ୍ତି। ଶରଧାପୁରରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଭୁବନେଶ୍ୱର ଆମ୍ରି ହସପିଟାଲରୁ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି। ସେହିଭଳି ନୂଆଗାଁ ବ୍ଳକ ଶିମିଳିସାହିରୁ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ବାଙ୍ଗାଲୋର ଫେରନ୍ତା ଓ ସେ ସମ୍ ହସପିଟାଲରେ ସ୍ୱାବ ପରୀକ୍ଷା କରାଇଥିଲେ। ନୟାଗଡ଼ ବ୍ଳକ ଖୁଟୁବନ୍ଧରୁ ଜଣେ ପୁରୁଷ ସଂକ୍ରମିତ ଓ ଖଣ୍ଡପଡ଼ା ବ୍ଳକ କଂଟିଲୋ ପଂଚାୟତରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଆପୋଲୋ ହସପିଟାଲର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି। ଏବେ ଦିନକୁ ଦିନ ନୟାଗଡ଼ ଜିଲାରେ ସ୍ଥାନୀୟ କରୋନା ଆକ୍ରାନ୍ତକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଥିବାବେଳେ ଏହି ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବେଶୀ ବଢୁଥିବା ଦେଖାଯାଉଛି।