Odiapua.com

ନୟାଗଡ଼: ହାଇୱା ଧକ୍କାରେ ୬ଜଣଙ୍କ ମୃତ୍ୟୁ

ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଶରଣକୁଳର ନରେନ୍ଦ୍ରପୁର-ସୁଆରସାହି ଛକରେ ଏକ ମର୍ମନ୍ତୁନ୍ଦ ହାଇୱା ଧକ୍କାରେ ୬ଜଣଙ୍କ ପ୍ରାଣହାନୀ ଘଟିଥିବା ଦେଖିବାକୁ ମିଳିଛି। କେବଳ ହାଇୱା ଚାଳକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦିବା ୨ଟା ୪୫ରେ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ନୟାଗଡ଼ ପାଶ୍ୱର୍ରୁ ଆସୁଥିବା ହାଇୱା ଉପର ନରେନ୍ଦସାହିର ୨ଜଣ ମହିଳାଙ୍କୁ ଧକ୍କା ଦେବା ପରେ ପୁଣି ସୁଆରସାହିର ଆଉ ୪ଜଣଙ୍କ ଉପରେ ହାଇୱା ଚଢି ଯାଇଥିଲା। ସେମାନେ ହେଲେ ରାଜେଶ ମହାପାତ୍ର(୧୭), ସବାସିନୀ ସାହୁ(୪୨), ସରୋଜିନୀ ସାହୁ(୩୫), ନୀଳକଣ୍ଠ ମହାରଣା(୧୫) ଓ ପଦ୍ମଲୋଚନା ସାହୁ(୩୦)। ଏମାନେ ସମସ୍ତେ ସୁଆରସାହି, ନରେନ୍ଦ୍ରପୁର ଓ ଗୁଡ଼ିଆସାହିର ଲୋକ। ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଥିଲାବେଳେ ଶରଣକୁଳ ପୁଲିସ ତଦନ୍ତ ଚଳାଇଛି।