Odiapua.com

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କଳାରେ ଐଶ୍ୱର୍ଯ୍ୟା, ବାଣିଜ୍ୟରେ ଚିନ୍ମୟୀ ଓ ବିଜ୍ଞାନରେ ଇତିଶ୍ରୀ ଟପ୍ପର

ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଯୁକ୍ତ ତିନି କଳାରେ ୨୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୨ ଜଣ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ପାଶ୍ ହାର ୯୮.୬% ରହିଥିଲା। ସେଥିମଧ୍ୟରୁ ପ୍ରଥମ ସମ୍ମାନରେ ୧୭୧ଜଣ, ପ୍ରଥମ ଶ୍ରେଣୀରେ ୨୭, ଦ୍ୱିତୀୟ ଶ୍ରେଣୀରେ ୭, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୭ଜଣ ପାଶ୍ କରିଛନ୍ତି। ଏøଶ୍ୱର୍ଯ୍ୟା ମହାନ୍ତି ସଂସ୍କୃତ ସମ୍ମାନରେ ୮୪.୬୯% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି। ସେହିପରି ଭାବରେ ବାଣିଜ୍ୟରେ ୧୧୯ ମଧ୍ୟରୁ ୧୧୦ ପାଶ୍ କରିଥିବାବେଳେ ପାଶହାର ୯୨.୦% ରହିଥିଲା। ପ୍ରଥମ ଶ୍ରେଣୀ ସମ୍ମାନରେ ୫୬ଜଣ, ପ୍ରଥମ ଶ୍ରେଣୀରେ ୨୩, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୯, ଦ୍ୱିତୀୟ ଶ୍ରେଣୀରେ ୨୨ ପାଶ୍ କରିଥିବାବେଳେ ବାଣିଜ୍ୟରେ ଚିନ୍ମୟୀ ସ୍ୱାଇଁ ୮୦.୯୬% ରଖି ଶ୍ରେଷ୍ଠ ହୋଇଛନ୍ତି। ବିଜ୍ଞାନରେ ୨୯୧ ଜଣ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୨୮୦ ଜଣ ପାଶ୍ କରିଛନ୍ତି। ବିଜ୍ଞାନ ପାଶ୍‌ହାର ୯୬.୦% ରହିଛି। ପ୍ରଥମ ଶ୍ରେଣୀରେ ସମ୍ମାନରେ ୧୬୦, ପ୍ରଥମ ଶ୍ରେଣୀରେ ୧୧୯, ଦ୍ୱିତୀୟ ଶ୍ରେଣୀରେ ଜଣେ ପାଶ୍ କରିଛନ୍ତି। ଇତିଶ୍ରୀ ବିଶ୍ୱାଳ ସର୍ବୋଚ୍ଚ ୯୩.୩% ନମ୍ବର ରଖି ଟପ୍ପର ହୋଇଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଡ.ଜାନକୀ ନାଥ ଦାସ, ଅଧ୍ୟାପକ ବଂଶୀଧର ଗୌଡ଼, ଅଧ୍ୟାପକ ଡ.ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଗଣେଶ ମିଶ୍ର, ଅଧ୍ୟାପକ ବ୍ରଜବନ୍ଧୁ ବେହେରା, ଅଧ୍ୟାପକ ଓମାର ମଲ୍ଲିକ ଉପସ୍ଥିତ ଥିଲେ।