Odiapua.com

ନୟାଗଡ଼ ସାମ୍ବାଦିକଙ୍କ ପାଇଁ ଟିକାକରଣ ଆରମ୍ଭ

ନୟାଗଡ଼, ୬ା୫ (ଓଡ଼ିଆ ପ୍ରୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ବହୁ ପ୍ରତୀକ୍ଷା ପରେ ସାମ୍ବାଦିକମାନଙ୍କ ଅପେକ୍ଷାର ଅନ୍ତଃ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କୋଭିିଡ୍ ଯୋଦ୍ଧାଭାବେ ଘୋଷଣା କରି ସେମାନଙ୍କୁ ଆଗ୍ରାଧିକାର ଭିତ୍ତିରେ ଗୁରୁତ୍ୱାରୋପ କରିଥିବାରୁ ସାମ୍ବାଦିକ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ପରିପ୍ରେକ୍ଷିରେ ଗୁରୁ୍‌ବାର ନୟାଗଡ଼ ମ୍ୟୁନିସିପାଲିଟି ଅଂଚଳର ସାମ୍ବାଦିକମାନଙ୍କୁ ଟିକାକରଣରେ ସାମିଲ କରାଯାଇ ସାମ୍ବାଦିକ ଭବନରେ ଟିକା ଦିଆଯାଇଛି। ସରକାରୀଭାବେ ଏବଂ ସ୍ୱତନ୍ତ୍ର ଭାବେ ଗୁରୁବାର ସାମ୍ବାଦିକମାନଙ୍କୁ ଟିକାକରଣରେ ସାମିଲ କରାଯାଇଥିବାରୁ ସାମ୍ବାଦିକମାନେ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।