Odiapua.com

ନୟାଗଡ଼ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅବକାରୀ ଏସ୍‌ଆଇଙ୍କୁ ବଦଳି

ନୟାଗଡ଼, ୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଆକ୍ରମଣ କରିବା ଘଟଣାରେ ଏସ୍ ଆଇ ଧନଞ୍ଜୟ ପାତ୍ରଙ୍କୁ କମିଶନର ଗଞ୍ଜାମ ଜିଲ୍ଲାକୁ ବଦଳି କରିଛନ୍ତି। ତାଙ୍କ ବଦଳରେ ଇନ୍ସପେକ୍ଟର ନବସ୍ମିତା ନାୟକଙ୍କୁ ନୟାଗଡ଼ରେ ଅବସ୍ଥାପିତ କରାଯାଇଛି। ସାମ୍ବାଦିକମାନଙ୍କ ୩ଦିନ ଧରି ଚାଲିଥିବା ଅହୋରାତ୍ର ଧାରଣା ଓ ଜିଲ୍ଳାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ପରେ ୭ ଦିନ ଭିତରେ ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା। ତେବେ ଆସନ୍ତାକାଲି ୭ ତାରିଖ ବୁଧବାର ଅବଧି ଶେଷ ହେବାକୁ ଥିବାବେଳେ ମଙ୍ଗଳବାର ତାଙ୍କୁ ନୟାଗଡ଼ରୁୁ ଗଞ୍ଜାମ ଜିଲ୍ଳାକୁ ବଦଳି କରାଯାଇଥିବା ଆଜି ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଲ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ନୟାଗଡ଼ ଟାଉନଥାନା ଆଗରେ ଦୁଇଦିନ ଧରି ଦିନରାତି ସାମ୍ବାଦିକମାନଙ୍କ ଧାରଣା ଚାଲିବା ପରେ ଗତ ୨୭ ତାରିଖ ରବିବାର ଜିଲ୍ଲାପାଳଙ୍କ ଆବାହସିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ତେବେ ବୁଧବାର ପର୍ଯ୍ୟନ୍ତ ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବେ ନିଷ୍ପତି ନେଇଥିଲେ। ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ହୋଇଥିବା ଖବର ଜାଣି ଦୁଇ ସାମ୍ବାଦିକ ଶ୍ରୀ ମହାପାତ୍ର ଓ ଶ୍ରୀ ମିଶ୍ର ଖବର ସଂଗ୍ରହ ପାଇଁ ଯାଇଥିଲେ। ସେମାନେ ଜବତ ହୋଇଥିବା ମଦ ପେଟିର ଫଟୋ ଉଠାଇ ତଥ୍ୟ ମାଗୁଥିଲାବେଳେ ଅବକାରୀ ଏସଆଇ ଧନଞ୍ଜୟ ପାତ୍ର ଫଟୋ ନଉଠାଇବା ପାଇଁ ତାଗିଦ୍ କରିବା ସହିତ ଠେଲା ପେଲା କରିଥିଲେ। ଏପରିକି ଆଶାଳୀନ ବ୍ୟବହାର କରି ଆକ୍ରମଣ କରିଥିଲେ। ଏପରି ବ୍ୟବହାରକୁ ନେଇ ସାମ୍ବାଦିକମାନେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଫଳ ପାଇନଥିଲେ। ଯାହାକି ଏହାର ତଦନ୍ତ ପାଇଁ ସାମ୍ବାଦିକମାନେ ଥାନାରେ ଅଭିଯୋଗ ସହ ଥାନା ଆଗରେ ଧାରଣା ଦେଇଥିଲେ। ତେବେ ଅଭିଯୁକ୍ତ ଏସ୍‌ଆଇ ଙ୍କୁୁ ଥାନାକୁ ଲୋକଦେଖାଣିଆ ଭାବେ ଅଣାଯାଇଥିଲାବେଳେ ତାଙ୍କୁ ପଛଦ୍ୱାର ଦେଇ ଖସେଇ ଦିଅ।।ଯାଇଥିଲା ା ନ୍ୟ।।ୟ ଅପେକ୍ଷାରେ ଥିବା ସାମ୍ବାଦିକମାନେ ଶାନ୍ତିପୂର୍ଣ୍ଣଭାବେ ଆଜିଯାଏଁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରି ଆସୁଥିଲେ। ତେବେ ଅଭିଯୁକ୍ତକୁ ନୟାଗଡ଼ରୁ ଗଞ୍ଜାମ ଜିଲ୍ଲାକୁ ବଦଳି କରାଯାଇଥିବାବେଳେ ତାଙ୍କୁ ଗିରଫ ବା ନିଲମ୍ବନ କରାଯାଇନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି।