Odiapua.com

ନୟାଗଡ଼ ସର୍ବଭାରତୀୟ ଫୁଟବଲ୍ ଖେଳ ଉଦ୍ଘାଟିତ: କେରଳ ପୋଲିସ କଟକ ସ୍ପୋଟ୍ରସ୍ ହଷ୍ଟେଲକୁ ୧-୦ ଗୋଲରେ ହରାଇଲା

ନୟାଗଡ଼, ୩ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ଖେଳ ପଡ଼ିଆରେ ସର୍ବଭାରତୀୟ ଫୁଟ ଟୁର୍ଣ୍ଡାମେଂଟ ନୟାଗଡ଼ କପ୍ ୨୦୧୮ ଉଦ୍ଘାଟିତ ହୋଇଯାଇଛି। ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆ ଓ ନୟାଗଡ଼ ଜିଲ୍ଳା ଆଥ୍ଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଥମ ଦିନରେ କେରଳ ପୋଲିସ ଓ କଟକ ସ୍ପୋଟ୍ରସ୍ ହଷ୍ଟେଲ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ଖେଳିଥିବାବେଳେ ଖେଳର ପ୍ରଥମାର୍ଦ୍ଧର ୧୫ ମିନିଟ୍ ମଧ୍ୟରେ କେରଳ ପୋଲିସ କଟକ ସ୍ପୋର୍ଟସ୍ ହଷ୍ଟେଲକୁ ୧-୦ ଗୋଲ ଦେଇ ଶେଷ ପର୍ଯ୍ୟନ୍ତ ଆଗୁଆ ରହିଥିଲେ। କେରଳର ସୁନିଲ୍ ଏନ୍.ଏସ୍ ଏହି ଗୋଲଟିକୁ ମାରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ନୟାଗଡ଼ ଜିଲ୍ଳାପାଳ ଏନ.ତିରୁମାଳା ନାୟକ ଖେଳକୁ ଉଦ୍ଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶଶିଭୂଷଣ ଶତପଥୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କମିଟି ସଭାପତି ଶେଖ୍ ୟୁସୁବ୍, ରା/ଧାଶ୍ୟାମ ମୋହତା, ଅର୍ଗାନାଇଜିଂ ସଂପାଦକ ହଜ୍ରତ ଅଲ୍ଲୀ, ଶେଖ ନଇମୁ, ଆରିଫ ଖାଁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ରେଫରି ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲାବେଳେ ଅଶୋକ କୁମାର କହଁର, ଶେଷଦେବ ବେହେରା ଓ ଜ୍ୟୋତି ରଂଜନ ସାହୁ ଖେଳରେ ସହାୟତା କରିଥିଲେ। ମ୍ୟାଚ କମିଶନର ପ୍ରଶାନ୍ତ ବରାଡ଼ ଶେଖ୍ ଇସାଖ୍ ଖେଳ ତଦାରଖ କରିଥିଲାବେଳେ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ ଓ ଲକ୍ଷ୍ମଣ ମଲ୍ଲ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ। ଆସନ୍ତାକାଲି ସିଗ୍ନାଲ ଏଫସି ଗୋଆ ଓ ସଂଘର୍ଷ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠି ହେବ ବୋଲି ଜଣାପଡ଼ିଛି।