Odiapua.com

ନୟାଗଡ଼ ସର୍ଜରୀ ବିଭାଗ ଡାକ୍ତର ଓ ଷ୍ଟାଫ ନର୍ସ ସୁସ୍ଥ ହୋଇ ଫେରିଲେ

ନୟାଗଡ଼, ୧୭ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କରୋନା ଆକ୍ରାନ୍ତ ହୋଇଥିବା ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଭାଗ ଡାକ୍ତର ଓ ଷ୍ଟାଫ ନର୍ସ ସୁସ୍ଥ ହୋଇ ଫେରିଛନ୍ତି। ଆଉ ଜଣେ ଷ୍ଟାଫ ନର୍ସ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଓ ନର୍ସଙ୍କୁ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ମୁଖ୍ୟ ଡାକ୍ତରଖାନାରେ ରୋଗୀମାନେ ଭୟକରି ପ୍ରାୟ ଆସୁନାହାନ୍ତି। ଦୈନିକ ୧ହଜାରରୁ ଉର୍ଦ୍ଧ୍ୱ ରୋଗୀ ଏଠାକୁ ଆସୁଥିବାବେଳେ ଏବେ ଠିକାପିଚିକା ୫୦ ଜଣ ଭିତରେ ରୋଗୀ ଆସୁଛନ୍ତି। ଡାକ୍ତରଖାନା ପରିସର ଖାଁ ଖାଁ ହୋଇପଡ଼ିଛି।