Odiapua.com

ନୟାଗଡ଼ : ସତ୍ତା ହରାଇବାକୁ ବସିଛି ସିନେମା ହଲ୍

ନୟାଗଡ଼, ୧୨-୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସିନେମା ହେଉଛି ସମାଜର ଏକ ମନୋରଂଜନ ଧର୍ମୀ ଅଂଶ ବିଶେଷ। ଯାହା ମଣିଷ ପାଇଁ ଶ୍ରମ, ଦୁଃଖ, କ୍ଲେଶ ଲାଘବ କରିବାରେ ଏକ ଅପରିହାର୍ଯ୍ୟ ଅତ୍ୟାବଶ୍ୟକ ଚାହିଦା। ମଣିଷକୁ ମନୋରଂଜନ ଦେବାରେ ଯେଉଁ କେତେକ ମନୋରଂଜନ ଧର୍ମୀ ଚାହିଦା ରହିଛି ସେଥିମଧ୍ୟରୁ ସିନେମା ହେଉଛି ଏକ ମୁଖ୍ୟ ଆବଶ୍ୟକ। ମଣିଷକୁ ଖୁସି ଦେବା ପାଇଁ ବିଭିନ୍ନ ମନୋରଞ୍ଜନର ମାଧ୍ୟମ ଥିଲେବି ସିନେମାର କିିନ୍ତୁ ବିକଳ୍ପ ନାହିଁ। ଯାତ୍ରା ହେଉ କି ସିରିଅଲ ଅବା ଅନ୍ୟକିଛି ହେଲେ ମଧ୍ୟ ସିନେମା ହିଁ ସିନେମା। ସିନେମାର ପରିଧି କାହିଁ କେତେ ବ୍ୟାପ୍ତ ତାହାର କଳନା ନାହିଁ। ସିନେମା ଯୁବ ସମାଜ ପାଇଁ ଏକ ପୂର୍ଣ୍ଣାଙ୍ଗ ମନୋରଂଜନାତ୍ମକ ଦାୟିତ୍ୱ ଭାବେ କାହିଁ କେତେ କାଳୁ ତୁଲାଇ ଆସୁଥିଲେ ମଧ୍ୟ ମହାମାରୀ କୋଭିଡ୍ ତାହାକୁ ପ୍ରାୟ ବର୍ଷେ ହେଲା ଅନାୟାସରେ ଗ୍ରାସୀ ରଖିଛି। ତଥାପି ଯୁବ ସିନେପ୍ରେମୀ ସିନେମା ମାୟାରୁ ବାହାରି ପାରି ନାହାନ୍ତି। ମୋ୍‌ବାଇଲରୁ ଅନଲାଇନ୍ ମାଧ୍ୟମରେ ସିନେମା ଭିତରେ ବୁଡ଼ି ରହିଛନ୍ତି। ମୋବାଇଲରୁ ସିନା ସିନେମାର ମନୋରଂଜନ ସାଉଁଟିଛନ୍ତି କିନ୍ତୁ ସିନେମା ହଲ୍‌ରେ ପରିବେଷିତ ସିନେମାର ଚମତ୍କାରିତାକୁ ପାଇପାରୁନାହାନ୍ତି। କିନ୍ତୁ କାଳର କରାଳ କବଳରେ ସିନେମା ହଲ୍ ଏବେ ପେଷି ହେବାରେ ଲାଗିଛି। ଦିନକୁ ଦିନ ସିନେମା ହଲ୍ ସଂଖ୍ୟା ଆଶାତୀତ ଭାବେ କମିବାରେ ଲାଗିଛି। ଯାହାକି ନୟାଗଡ଼ ଜିଲାରେ ଥିବା ସିନେମା ହଲ୍‌ର ରୁଗ୍‌ଣ ଅବସ୍ଥାରୁ ଜଣାପଡ଼ିଛି। ଜିଲାର ସିନେମା ହଲର ସ୍ଥିତିକୁ ଦେଖିଲେ ଜିଲାର ଓଡ଼ଗାଁରେ ରଘୁନାଥ ଟକିଜ୍‌, ରାଜସୁନାଖଳାରେ ଭୋଳାନାଥ ଟଳିଜ୍‌, ଇଟାମାଟିରେ ଜୟ ଜଗନ୍ନାଥ ଟକିଜ୍‌, ନୟାଗଡ଼ରେ ରାଧାକୃଷ୍ଣ ଟକିଜ୍‌, ନିଉ ଜନତା ଟକିଜ୍‌, ନୟାଗଡ଼ ନୂଆ ରାଜବାଟିରେ ଜୟଦୁର୍ଗା ଟକିଜ୍ ଏବଂ ଦଶପଲ୍ଲା, ଗୋଡ଼ିପଡ଼ା ଭଳି କେତେକ ସ୍ଥାନରେ ଅସ୍ଥାୟୀ ଚାଳଘରେ ସିନେମା ହଲ୍ ଥିବା ଦେଖିବାକୁ ମିଳୁଥିଲା। ହେଲେ ଏବେ ଦେଖିବାକୁ ଗଲେ କେବଳ ରାଧାକୃଷ୍ଣ ଟଳିଜ୍‌କୁ ଛାଡ଼ିଦେଲେ ଆଉସବୁ ଟକିଜ୍ ପ୍ରାୟ ମୃତବତ୍ ପଡ଼ିରହିଛି। କିଏ କେମିତି ଟକିଜ୍ ମାଲିକମାନେ ସିନେମା ହଲ୍‌କୁ କଲ୍ୟାଣ ମଣ୍ଡପ କରି କାର୍ଯ୍ୟ ନିର୍ବାହ କରୁଥିବାବେଳେ ଦଣ୍ଡେ ଖାଇ ଢୋକେ ପିଇ କେବଳ ନୟାଗଡ଼ର ରାଧାକୃଷ୍ଣ ଟକିଜ୍ ବଚିଂ ରହିଛି। ହେଲେ କରୋନା ମହାମାରୀ ତାକୁ ବି ଗ୍ରାସ କରିଛି। ଏଯାବତ୍ ସେବି ମୁହଁମାଡ଼ି ପଡ଼ିଛିଯେ ପଡ଼ିଛି ଆଉ ଉଠିପାରୁନାହିଁ। ଆଉ ଏକ ପୁରୁଣା ସିନେମା ହଲ୍ ଦେଖିବାକୁ ଗଲେ ନୟାଗଡ଼ର ନିଉ ଜନତା ଟକିଜ୍। ନୟାଗଡ଼ରେ ଦୀର୍ଘ ୨୧ବର୍ଷ ଧରି ଗଢି ଉଠିଥିବା ନିଉ ଜନତା ସିନେମା ହଲ ଏବେ ସତ୍ତା ହରେଇବାକୁ ବସିଛି। ନୟାଗଡ଼ବାସୀଙ୍କୁ ଏହି ପୁରୁଣା ସିନେମା ହଲ୍ ସଦା ସର୍ବଦା ମନୋରଂଜନା ଦେଇଆସିଥିବାବେଳେ ଏହା ବନ୍ଦ ହୋଇପଡିଥିବାରୁ ସୀନେପ୍ରେମୀଙ୍କୁ ବ୍ୟଥିତ କରିଛି। ନିୁ ଜନତା ହଲ୍ ସ ିନା ସତ୍ତା ହରାଇଛି ହେଳେ ସିନେପ୍ରେମିଙ୍କ ମନରୁ ହେଲେ ଏବେବି ଝୁରି ହେଉଛନ୍ତି ସେହି ନୟାଗଡ଼ରେ ପୁରୁଣା ସହରରେ ଥିବା ନିଉ ଜନତା ସିନେମା ହଲକୁ। ନୟାଗନ ସହରର ମାଉସିମା ମନ୍ଦିର ନିକଟରେ ରହିଛି ଏହି ପୁରୁଣା ସିନେମା ହଲ୍। ସିନେ କଳାକାର ସ୍ୱର୍ଗତ ଗୋପୀନାଥ ସାମନ୍ତରାୟଙ୍କ ଉଦ୍ୟମରେ ୧୯୬୨ ମସିହାରେ ଆରମ୍ଭ ହୋଇଥିଲା ଏହି ସିନେମା ହଲ୍। ସିନେମା ହଲ୍ ଆରମ୍ଭ ହେବା ପୂର୍ବରୁ ସ୍ୱର୍ଗତ ସାମନ୍ତରାୟ କଣ୍ଢେଇ ନାଚ, କଳାକୁଞ୍ଜ ଆଦି କରୁଥିଲେ। ଏପରିକି କେତେକ କଳାତ୍ମକ ଫିଲ୍ମ ସେ କରିଥିଲେ। ସେତେବେଳକୁ ନୟାଗଡ଼ବାସୀଙ୍କ ସିନେମା ଦେଖା ରୂଚି ବଢି ଯାଇଥିଲା। ଯାହାକି ଶ୍ରୀ ସାମନ୍ତରାୟ ନୟାଗଡ଼ରେ ଏକ ସିନେମା ହଲ୍ ନିର୍ମାଣ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନୟାଗଡ଼-ଦଶପଲ୍ଲା ରାସ୍ତାର ମାଉସୀମା ମମନ୍ଦିର ନିକଟରେ ଦେବୋତର ଜାଗାରେ ଲିଜ ସୂତ୍ରରେ ୧୯୬୨ ମସିହାରେ ସିନେମା ହଲ୍‌ଟି ଆରମ୍ଭ କରିଥିଲେ। ଖୋଲା ଆକାଶ ତଳେ ପ୍ରଥମେ ହଲ୍‌ଟି ଆରମ୍ଭ କଲେ। ସିନେମ। ହଲଟିର ନାମ ଦେଳେ ନିଉ ଜନତା ସିନେମା ହଲ୍। ଲୋକମାନେ ଖୋଲା ଆକାଶ ତଳ ହେଉପଛେ ବହୁ ଉତ୍କଣ୍ଠାର ସହିତ ଆଗ୍ରହ ସହକାରେ ସିନେମା ଦେଖିବାର ସୁଯୋଗ ପାଇଲେ। ପରେ ପରେ ଶ୍ରୀସାମନ୍ତରା ଲିଜ୍ ନେଇଥିବା ଜାଗାଟି ନିଜ ନାମରେ କରିଦେଲେ। ପ୍ରଥମେ ଏହି ହଲ୍‌ରେ କଳା ଧଳା ସିନେମା ଚାଲିଥିଲା। ଳୋକମାନେ ସିନେମା କେମତି ପ୍ରାୟତଃ ଜାଣିନଥିଲେ। ଏହି ହଲ୍‌ରେ ପଡ଼ିଥିବା ପ୍ରଥମ ସିନେମା ଜୟ ମା ଭବାନୀ କୁ ସେତେବଳର ଲୋକ ଏବେବି ମନେ ରଖିଛନ୍ତି। ତେବେ ନୟାଗଡ଼ ଜିଲାର ବହୁ ସିନେମା ହଲ୍ ଏବେ ନିଜ ନିଜର ସତ୍ତା ହରେଇବାକୁ ବସିଥିବାବେଳେ କାଳର କରାଳ ଗ୍ରାସରୁ କେମିତି ମୁକୁଳି ପୁଣି ଲୋକମାନଙ୍କୁ ମନୋରଂଜନ ଦେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।