Odiapua.com

ନୟାଗଡ଼: ଲକ୍ ଡାଉନ ସାମାନ୍ୟ କୋହଳରେ ଜୀବନ ଯାତ୍ରା ସ୍ୱାଭାବିକ

ନୟାଗଡ଼, ୨୧-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : : ସରକାରଙ୍କ ନିଷ୍ପତି ଅନୁସାରେ ଲକ ଡାଉନ୍ ବ୍ୟବସ୍ଥାକୁ ସାମାନ୍ୟ କୋହଳ କରାଯାଇଛି। ତେବେ ଅଣ ସଂକ୍ରମିତ ଅଂଚଳରେ କାହାକୁ କୋହଳ କରାଯିବ ଓ କାହାକୁ କଟକଣା ରହିବ ତାହାର ମଧ୍ୟ ମାର୍ଗ ଦର୍ଶିକାରେ ପାଳନ କରାଯିବାକୁ କୁହାଯାଇଛି। ନୟାଗଡ଼ ଅଣ ସଂକ୍ରମିତ ଜୋନ୍ ହୋଇଥିବାରୁ ନୟାଗଡ଼ରେ ସୋମବାର ଏହି କୋହଳ କଟକଣା ମଧ୍ୟ ଦେଖିବାକୁ ମିଳିଛି। ସତେଯେମିତି ଲୋକମାନେ ବନ୍ଦି ଜୀବନରୁ ମୁକୁଳି ପରି ବଜାରରରେ ବୁଲୁି ୍‌ବୁଲି ମନର ଅରମାନ୍ ମେଂଟାଉଥିବା ଦେଖିବାକୁ ପଡ଼ିଛି। ଲାଗୁଥିଲା ଲକଡାଉନ କଟକଣା ନୟାଗଡରୁ଼ ଯେମିତି ସମ୍ପୁର୍ଣ୍ଣ ଉଠିଯାଇଛି। ଏହି ଦିନକୁ ଲୋକମାନେ ଅନେଇ ରହିଥିଲା ପରି ମନେ ହେଉଥିଲାବେଳେ ଜୀବନ ଯାତ୍ରା ଆଜି ସ୍ୱାଭାବିକ କରିଦେଇଛି। ବହୁମାତ୍ରାରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିବାବେଳେ ଜନଗହଳିକୁ ଦେଖି ଲାଗୁଥିଲା କରୋନା ସଂକ୍ରମଣ କଟକଣା ଯେମିତି ଉଠେଇ ଦେଇଛନ୍ତି। ଚଳଚଂଚଳରେ ଦୋକାନ ମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷାକୁ ମଧ୍ୟ ଲୋକେ ଭୁଲିଯାଇଥିଲେ। ବଜାରର ପ୍ରାୟ ୭୦ଭାଗ ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳୁଥିଲା। ସରକାର କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବାବେଳେ ଲୋକଙ୍କ ସୁରକ୍ଷା ପାଇଁ ଯାବତୀୟ ଉଦ୍ୟମ ଚଳାଇଛନ୍ତି। ଓଡ଼ିଶାରେ ଗତକାଲି ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ୬୧ ଥିଲାବେଳେ ଗତକାଲି ରବିବାରେ ରାତିରେ ୭ ଓ ସୋମବାର ୬ ସଂକ୍ରମଣ ପୁଣି ଆକ୍ରାନ୍ତ ହୋଇଛନ୍ତି। ଯାହାକି କରୋନା ସଂକ୍ରମଣ ସଂଖ୍ୟା ୭୧ କୁ ପହଂଚିଛି। ଏପରିସ୍ଥିତିରେ ନୟାଗଡ଼ ଅଣ ସଂକ୍ରମିତ ଅଂଚଳ ବୋଲି କୋହଳ ମନୋଭାବ ପୋଷଣ କରି ଜୀବନ ଯାତ୍ରା ସ୍ୱାଭାବିକ ହେଲେ ନୟାଗଡ଼ଯେ ବିପଦ ମୁହଁକୁ ଠେଲି ହୋଇନଯିବ କୁହାଯାଇନପାରେ। ଏପରି ସ୍ଥିତିରେ ଯାହାକି ନିହାତି ଚଳିବା ପାଇଁ ଦରକାର ସେଥିରେ କୋହଳ କଟକଣା କରାଯାଇ ଅନ୍ୟ ସବୁଥିରେ କରୋନା ସଂକ୍ରମଣ କଟକଣା ବଳବତ୍ତ ରଖିବାକୁ ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।