Odiapua.com

ନୟାଗଡ଼: ମାଟ୍ରିକ ପରୀକ୍ଷା ଫଳରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ନୟାଗଡ଼, ୩୦ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ବେଶ୍ ଉତ୍ସାହଜନକ ରହିଥିବାବେଳେ ଛାତ୍ରଛାତ୍ରୀମାନେ ଉଭୟେ ବହୁତ ଭଲ କରିଛନ୍ତି। ଓଡ଼ଗାଁ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ୫୭୧ ନମ୍ବର ରକି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ସେହି ସ୍କୁଲର ମେଘନା ପ୍ରିୟଦର୍ଶିନୀ ୫୬୯, ଶରଣକୁଳ ସରସ୍ୱତୀ ବିଦ୍ୟାମନ୍ଦିରର ରାକେଶ କୁମାର ସାହୁ ୫୬୭, ଖଟେଇ ଶ୍ରୀ ଲଡ଼ୁବାବା ୫୬୧, ଶୁଭାଷିଶ ପ୍ରଧାନ ୫୫୬ ଖଣ୍ଡପଡ଼ା ବ୍ଳକ ବିରିଡିହି ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରେରଣାପ୍ରଭା ପ୍ରଧାନ ୫୬୪, ବନମାଳୀପୁର ଉଚ୍ଚବିଦ୍ୟାଳୟର ଛାତ୍ର ସିଦ୍ଧାନ୍ତ ଦାସ ୫୫୫, ରାମଚନ୍ଦ୍ର ଊଚ୍ଚବିଦ୍ୟାଳୟର ଛାତ୍ର ସୂର୍ଯ୍ୟକାନ୍ତ ନାୟକ ୫୫୩, ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଜ୍ୟୋତିରଂଜନ ବିଶ୍ୱାଳ ୫୪୩, ନୂଆଗାଁ ବ୍ଳକ ଛାତ୍ରୀ ସୁଜାତା ସାହୁ ୫୫୬, ସ୍ୱର୍ଣ୍ଣଲତା ସାହୁ ୫୪୦, ଭାପୁର ବ୍ଳକ ମାଧପୁର ହାଇସ୍କୁଲର ଛାତ୍ର ସୌମ୍ୟକାନ୍ତ ମୁଦୁଲି ୫୫୩, ବାଇଗୁଣିଆ ହାଇସ୍କୁଲର ବିପିନ କୁମାର ଦାସ ୫୫୧, ଭାପୁର ହାଇସ୍କୁଲର ଆଲୋକ ରଂଜନ ସାହୁ ୫୪୯, ସ୍କୃତି ସଂଗୀତା ବେହେରା ୫୪୧, ଜାମୁସାହି ଆଂଚଳିକ ଚାରୁଦେବୀ ଛାତ୍ର ରଂଜିତ କୁମାର ସାହୁ ୫୪୦, ଗଣିଆ ବ୍ଳକର କିଶୋର ଚନ୍ଦ୍ର ବିଦ୍ୟାପୀଠର ଛାତ୍ରୀ ଅର୍ପିତା ରାଉତ ୫୪୦, ଦଶପଲା ବ୍ଳକର ଦଶପଲା ହାଇସ୍କୁଲର ଛାତ୍ରୀ ମନ୍ମୟୀ ବେହେରା ୫୭୦ ରଖି ଦଶପଲାର ଟପର ହୋଇଥିବାବେଳେ ରାଧାମୋହନ ହାଇସ୍କୁଲର ଛାତ୍ରୀ ଦିପ୍ତିମୟୀ ଖୁଂଟିଆ ୫୬୪, ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଶୁଭସ୍ମିତା ପ୍ରିୟଦର୍ଶିନୀ ୫୬୨ ନମ୍ବର ରଖିଛନ୍ତି।