Odiapua.com

ନୟାଗଡ଼ ବଡ଼ମଠ ମହନ୍ତଙ୍କ ପରଲୋକ

ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୁରୁଣାସହର ବଡ଼ମଠ ମହନ୍ତ ମହାରାଜ ସୁଦାମ ଚରଣ ଦାସ(୭୮)ଙ୍କ ପରଲୋକ ହୋଇଯାଇଛି। ୧୯୬୮ ମସିହାରେ ସନ୍ୟାସୀ ସୁଦାମ ଚରଣ ବଡ଼ମଠ ମହନ୍ତ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। କିଛିଦିନ ଧରି ସେ ଶାରିରୀକ ଅସୁସ୍ଥତା ଥିଲାବେଳେ ରବିବାର ରାତିରେ ଅଧିକ ଅସୁସ୍ଥତା ହୋଇଗଲେ। ଚିକିତ୍ସା ପାଇଁ ତାଙ୍କୁ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହନ୍ତ ସ୍ଥାନୀୟ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ସଭାପତି ପଦବୀରେ ରହିଥିଲାବେଳେ ଲୋକଙ୍କ ମଧ୍ୟରେ ଧାର୍ମିକ ଚିନ୍ତାଧାରା ଆଣି ଶାନ୍ତିରକ୍ଷା ଦିଗରେ ସେ ବ୍ରତୀ ଥିଲେ। ଓଡ଼ଗାଁ ବ୍ଳକ ଆଙ୍ଗିସିଙ୍ଗି ପଂଚାୟତତରେ ତାଙ୍କର ଜନ୍ମ ହୋଇଥିଲାବେଳେ ୧୯୫୨ ମସିହାରୁ ସେ ସେ ଗୃହତ୍ୟାଗ କରି ସନ୍ୟାସ ହୋଇଥିଲେ। ମହନ୍ତଙ୍କ ଦେହାନ୍ତରେ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଶେକ ପ୍ରକାଶ କରି ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲାବେଳେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ପୁରୁଣା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।