Odiapua.com

ନୟାଗଡ଼: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ସଚିବ

ନୟାଗଡ଼, ୨୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ତ୍ତ ସଚିବ ଡ.କ୍ରିଷନ୍ କୁମାର। ନୟାଗଡ଼ ମେଡିକାଲରେ ମୋ ସରକାର ଅଧିନରେ ଚାଲିଥିବା ଶହେ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା, ରୋଗୀ ସମ୍ପର୍କୀୟମାନଙ୍କ ପାଇଁ କରାଯାଉଥିବା ଆଶ୍ରୟସ୍ଥଳୀ, ବୋଦାପଡ଼ା ଓ ବାଲୁର୍ଗା ଠାରେ ହେବାକୁ ଥିବା ଲୁଣିଝରା ସେତୁ ଓ ଡାହୁକା ସେତୁ ଓ ଚେକ୍ ଡ୍ୟାମ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହିତ ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ବେବର୍ତ୍ତାପଲ୍ଲୀ ଠାରେ ଥିବା ବଲାଙ୍ଗୀବନ୍ଧ କାର୍ଯ୍ୟ, ଜଗନ୍ନାଥ ମନ୍ଦିର ଠାରୁ ଶରଣକୁଳ ପର୍ଯ୍ୟନ୍ତ ହେବାକୁ ଥିବା ବାଇପାସ୍ ରାସ୍ତାର ର ସମୀକ୍ଷା କରିଥିଲେ। ପୂର୍ତ୍ତ ସଚିବ ଶ୍ରୀ କ୍ରିଷନ୍ କୁମାର କଂଟିଲୋ ନୀଳମାଧବ ମନ୍ଦିର ଯାଇ ଏହାର ସ୍ଥିତି ସମୀକ୍ଷା କରିଥିଲେ। ଏହି ଗ୍ରସ୍ତର ବିଭିନ୍ନ ସମୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଜିଲାପାଳ ଡ.ପୋମା ଟୁଡୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବି.ଆଶିଷ କୁମାର ସୁବୁଦ୍ଧି, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର ପ୍ରମୁଖ ଉପସ୍ଥିତ ଥିଲେ।