Odiapua.com

ନୟାଗଡ଼ ପୌର ପରିଷଦ ହିତକାରକ କର୍ମଶାଳାରେ ନିଷ୍ପତି, ଆବାସ ଯୋଜନାରେ ସମସ୍ତଙ୍କ ପାଇଁ ବାସଗୃହ

ନୟାଗଡ଼, ୧୬ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ହିତକାରକ କର୍ମଶାଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୟାଗଡ଼ ପୌରପରିଷଦ ଅଂଚଳରେ ସମସ୍ତଙ୍କ ପାଇଁ ବାସଗୃହ ହେବ ବୋଲି ନିଷ୍ପତି ହୋଇଛି। ସ୍ଥାନୀୟ ମହାବୀରପାଟଣା ବସ୍ତିର ପରିଚୟ ଗୃହଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ପୌର ଅଧ୍ୟକ୍ଷା ନିରୂପମା ଖଟେଇ, ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଛି। ୨୦୨୦-୨୧ ମସିହାରେ ଗୃହ ପାଇଥିବା ୧୬୩ ଜଣ ହିତାଧିକାରୀ ଏହି ଏହି କର୍ମଶାଳାରେ ଯୋଗ ଦେଇଥିଲାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ‘ଜୀବନ ଜୀବିକା ପାଇଁ ଧନ୍ଦାମୂଳକ ଶିକ୍ଷା’ ସଂସ୍ଥାର ବରିଷ୍ଠ ଅଧିକାରୀ ଲକ୍ଷ୍ମୀକାନ୍ତ ପାଇକରା ଓ ମୁରଲୀଧର ବରାଡ଼ ପ୍ରମୁଖ ଦୁଇଜଣିଆ ଟିମ୍ ଯୋଗଦେଇ ଆବାସ ଯୋଜନାକୁ ଉପଯୁକ୍ତ ପ୍ରକିୟାରେ ପ୍ରସ୍ତୁତ କରିବା ଉପରେ ଗୋଷ୍ଠୀଗତ ଆଲୋଚନା କରିଥିଲେ। ଯୋଜନାର ଅଧିକ କାର୍ଯ୍ୟକାରିତା ଓ ସମନ୍ୱୟ ପାଇଁ ୫ଟି ସବ୍ କମିଟି ଗଠନ କରାଯାଇଥିଲା। ଆବାସ ଯୋଜନାରେ ୧୦ ଜଣ ଭିନ୍ନକ୍ଷମ, ୨ଜଣ ତୃତୀୟ ଲିଙ୍ଗ ପରିବାରକୁ ସାମିଲ କରାଯାଇଥିବାରୁ ଟିମ୍ ଖୁସି ବ୍ୟକ୍ତ କରିଥିଲେ। ଆବାସ ବିଶେଷଜ୍ଞ ନିଗମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଗଜେନ୍ଦ୍ର ମହାରଣା, ରଂଜନ ମହାପାତ୍ର, ତ୍ରିଲୋଚନ ସାହୁ ପ୍ରମୁଖ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।