Odiapua.com

ନୟାଗଡ଼ ପୌରପରିଷଦ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରା

ନୟାଗଡ଼, ୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୨ ପରିପ୍ରେକ୍ଷିରେ ସ୍ୱଚ୍ଛତା ରକ୍ଷା ପାଇଁ ପଲିଥିନ୍ ଓ ପ୍ଲାଷ୍ଟିକକୁ ନିହାତି ବର୍ଜନ କରିବା ଆବଶ୍ୟକ ବୋଲି ଶୋଭାଯାତ୍ରା ମୂଳକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଶୋଭାଯାତ୍ରାରେ ‘ଆମରି ହାତରେ ଆମ ସ୍ୱଚ୍ଛତା’ପରି ବିଭିନ୍ନ ସଚେତନତା ବାର୍ତ୍ତା କୁହାଯାଇଥିବାବେଳେ ଏଥିପାଇଁ ସମସ୍ତେ ମିଳିମିଶି ଶପଥ କଲେ ପଲିଥିନ୍ ଓ ପ୍ଲାଷ୍ଟିକରୁ ଆମେ ମୁକ୍ତ ହୋଇପାରିବା ବୋଲି କହିଥିଲେ। ଏହି ପରିପ୍ରେକ୍ଷିରେ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ଝାଡ଼ୁଦାରମାନେ ପୂର୍ବାହ୍ନରେ ପୌର ପରିଷଦ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପହଂଚି ଥିଲେ। ସେଠାରେ ମହାନ ଜ୍ୟୋର୍ତିବିଦ୍ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱଚ୍ଛତା ଓ ସୁସ୍ଥତାକୁ ନେଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗଦେଇ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାରର ଭୟାବହତା ଉପରେ ବକ୍ତବ୍ୟ ରଖିଥିବାବେଳେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସ୍ୱଚ୍ଛତାକୁ ଆମେ କେମିତି ମିଳିମିଶି ବଜାୟ ରଖିପାରିବା ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏଥିରେ ପରିମଳ ଏକ୍ସପର୍ଟ ବିବେକାନନ୍ଦ ପ୍ରଧାନ, ସାନିଟାଣୀ ଇନ୍ସପେକ୍ଟର ଲକ୍ଷ୍ମୀଧର ସାହୁ, ଗଜେନ୍ଦ୍ର କୁମାର ମହାରଣା, ମନୋଜ ଜେନା, ଦୀନବନ୍ଧୁ ମଲ୍ଲିକ ଓ ଇନ୍ଦ୍ରମଣି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।