Odiapua.com

ନୟାଗଡ଼ ପୌରପରିଷଦର ପ୍ରାର୍ଥୀପତ୍ର ଦାଖଲ ଶେଷ ବିଜେଡିରୁ ନିରୂପମା, ବିଜେପିରୁ ତନ୍ମଶ୍ରୀ ଓ କଂଗ୍ରେସରୁ ସ୍ୱାଗତିକା ଅଧ୍ୟକ୍ଷା ପ୍ରାର୍ଥୀ

ନୟାଗଡ଼, ୭ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ପୌରପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ସୁଦ୍ଧା ସମସ୍ତ ୧୬ଟି ୱାର୍ଡ଼ର ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି। ବିଜେଡି ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀଭାବେ ପୂର୍ବତନ ନଗରପାଳିକା ନିରୂପମା ଖଟେଇ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ବିଜେପି ପକ୍ଷରୁ ତନ୍ମଶ୍ରୀ ସାମଲ, କଂଗ୍ରେସରୁ ସ୍ୱାଗତିକା ନାୟକ ଓ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ସସ୍ମିତା ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ପୌରପରିଷଦରେ ସମୁଦାୟ ୪୫ ଜଣ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ବିଜେଡିରୁ ୧୬ ଜଣ, ବିଜେପିରୁ ୧୫ଜଣ, କଂଗ୍ରେସରୁ ୯ଜଣ ଏବଂ ସ୍ୱାଧୀନରୁ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୌରପରିଷଦର ୫ନମ୍ବର ୱାର୍ଡ଼ରୁ ଏକମାତ ବିଜେଡିରୁ ସନ୍ତୋଷ କୁମାର ମାହାର ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସେଠାରେ ଆଉ କୌଣସି ଦଳରୁ କେହି ପ୍ରାର୍ଥୀପତ୍ର ଦାଖଲ କରିପାରିନାହାନ୍ତି। ଅନ୍ୟପକ୍ଷରେ ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳରୁ ସମୁଦାୟ ୫୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲାବେଳେ ଦଶପଲ୍ଳା ବିଜ୍ଞାପିତ ଅଂଚଳରୁ ୫୫ଜଣ, ରଣପୁର ବିଜ୍ଞାପିତ ଅଂଚଳରୁ ୬୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି।