Odiapua.com

ନୟାଗଡ଼ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼, ୧୨ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ନାଟ୍ୟନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ନାଟକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଏମ୍‌ଆଇ କଲୋନି କମ୍ୟୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ରାଜ୍ୟର ବିଭିନ୍ନ ସୌଖୀନ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବାକୁ ଥିବାବେଳେ ଶେଷଦିନ ଲୋକପ୍ରିୟ ହାସ୍ୟଭିନେତା ପ୍ରଜ୍ଞାଙ୍କ ନାଟକ ପରିବେଷଣ ହେବ ବୋଲି କୁହାଯାଇଛି। ସ୍ଥାନୀୟ ପଠାଣି ସଂସ୍କୃତି ଭବନ ଠାରେ ନାଟକ ପରିବେଷଣ ହେବ ଏହି ନାଟକ ବୋଲି ନାଟ୍ୟଧାରା ପକ୍ଷରୁ କୁହାଯାଇଛି। ଏହି ବୈଠକରେ ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀଙ୍କ ସମେତ ନାଟ୍ୟଧାରାର ସଦସ୍ୟ ଲକ୍ଷ୍ମୀଧର ସାହୁ, ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ଦାସ, ନିର୍ମଳ ଚନ୍ଦ୍ର ଶୂରଦେଓ, ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରଦୀପ କୁମାର ଡାକୁଅ.ଅଶେ।।କୁ ମଲ୍ଲ, ନବକିଶୋର ମିଶ୍ର, ଶେଖ୍ ଅବଦୁଲ୍ ଖାଲିକ୍, ନିିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।