Odiapua.com

ନୟାଗଡ଼ ଡିଏଫଓ ବଦଳିଲେ

ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ବିଭିନ୍ନ ବନଖଣ୍ଡର ପ୍ରମୁଖ ଅଧିକାରୀମାନଙ୍କ ବଦଳି ଓ ପଦୋନ୍ନତି ହେବା ରିପ୍ରେକ୍ଷିରେ ନୟାଗଡ଼ ଡିଏଫଓ ଧନରାଜ୍ ଏଚ୍‌ଡିଙ୍କ ବଦଳି ହୋଇଛି। ତାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି କରାଯାଇଛି। ଶ୍ରୀ ଧନରାଜ୍ ଜିଲ୍ଲାରେ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ବେଆଇନ ଖଣି ଉପରେ ରୋକ୍ ଲଗାଇ ଏକ ଦକ୍ଷ ଅଧିକାରୀ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ। କୋଭିଡ୍ ନୋଡାଲ ଅଧିକାରୀଭାବେ ସେ ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନା କରିଥିଲେ।