Odiapua.com

ନୟାଗଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ

ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଷ୍ଟକ ସର୍ଜରୀ ଆରମ୍ଭ ହୋଇଛି। ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ଲୋକମାନେ ବାହାରକୁ ଯାଉଥିବାବେଳେ ଏଣିକି ଆଉ କେହି ବାହାରକୁ ଯିବେନି। ପ୍ଲାଷ୍ଟିକ ସର୍ଜରୀ ପାଇଁ ଏଠାରେ ସବୁ ପ୍ରକାର ସୁବିଧା କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର କହିଥିବାବେଳେ ପ୍ରଥମ କରି ନୟାଗଡ଼ ବ୍ଳକ କୃଷ୍ଣପ୍ରସାଦ ଗାଁର ଜିତେନ୍ଦ୍ର କୁମାର ପ୍ରଧାନ(୩୧)ଙ୍କୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ତାଙ୍କର ବହୁ ଦିନର ଏକ ଟ୍ୟୁମରକୁ ଡାକ୍ତର ଶ୍ରୀ ମିଶ୍ର ମାଇକ୍ରୋସ୍କୋପିକ ଦ୍ୱାରା ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ପ୍ଲାଷ୍ଟିକ ସର୍ଜନ ବିଶେଷଜ୍ଞ ଡାକ୍ତର ମିଶ୍ର କିଛିଦିନ ତଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀଭାବେ ଯୋଗଦେଇଥିଲେ।