Odiapua.com

ନୟାଗଡ଼ ଟାଉନ ଷ୍ଟେସନଠାରେ ମକ୍ଡ୍ରିଲ

ନୟାଗଡ଼, ୨୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଦାନ) : ନୟାଗଡ଼ ଟାଉନ ଷ୍ଟେସନ ଠାରେ ଗୁରୁବାର ବିଭାଗ ପକ୍ଷରୁ ମକ୍ଡ୍ରିଲ ହୋଇଛି। ରେଳ ଦୁର୍ଘଟଣାଗ୍ରସ୍ତ ହେଲେ କିପରି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇପାରିବ ତାହାର ଆଗୁଆ ଅଭ୍ୟାସ କରାଯାଇଥିଲା। ଏଥିପାଇଁ ଦୁଇଟି ରେଳ ଡବାକୁ ଦୁର୍ଘଟଣାଗ୍ରସ୍ତ ଭଳି ରେଳ ଲାଇନ୍ ତଳକୁ ଗଡ଼ାଇ ରଖାଯାଇଥିଲାବେଳେ ଉଦ୍ଧାରକାରୀ ଦଳ ଆସି କିପରି ସେମାନଙ୍କୁ ଉଦ୍ଧାର କରୁଛନ୍ତି ତାହାର ମକ୍ଡ୍ରିଲ କରାଯାଇଥିଲା। ଏଥିପାଇଁ ପୁଲସ, ଦମକଳବାହିନୀ ସହ ବିଭାଗୀୟ ଅଧିକାରୀ ଦଳ ଘଟଣାସ୍ଥଳରେ ନିୟୋଜିତ ହୋଇ କିପରି ତଦାରଖ ସହ ଉଦ୍ଧାର କାର୍ଯ୍ୟରେ ମନୋନିବେଶ କରାଯାଇପାରିବ ତାହାର ନିଚ୍ଛକ କସରତ ଦେଖିବାକୁ ମିଳିଥିଲା। ଦୁର୍ଘଟଣ ଗ୍ରସ୍ତ ରେଳ ଓ ରେଳ ଭିତରୁ କିପରି ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଥିଲା ତାହା ଦେଖିବାକୁ ବିଶେଷ ଗହଳି ଦେଖା ଦେଇଥିଲା।