Odiapua.com

ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ନୂଆ ସିଡିଏମ୍‌ଓ

ନୟାଗଡ଼, ୨୮ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରରେ ନୂଆ ଚିକିତ୍ସାଧିକାରୀଭାବେ ଡ.ମକରନ୍ଦ ବେଉରା ନିଯୁକ୍ତ ହୋଇଛନ୍ତି। ଏଠାରେ ଥିବା ସିଡିଏମଓ୍ ଡ.ଶକ୍ତିପ୍ରସାଦ ମିଶ୍ରଙ୍କ ବଦଳି ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡ.ବେଉରା ଏଠାରେ ଯୋଗଦେଇ ଡ.ଶକ୍ତିପ୍ରସାଦ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ପୂର୍ବରୁ ଥିବା ସିଡିଏମ୍‌ଓ ଡ.ଶକ୍ତିପ୍ରସାଦ ମିଶ୍ର ଭୁବନେଶ୍ୱର ୬ନଂ କ୍ୟାପିଟାଲ ହସ୍‌ପିଟାଲକୁ ବଦଳି ହୋଇ ଯାଇଛନ୍ତି।