Odiapua.com

ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୨’ରେ ପ୍ରତିଭା ପ୍ରଦର୍ଶନ

ନୟାଗଡ଼, ୧୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସ୍ଥିତ କ୍ରୀଡ଼ା ବିଭାଗ ଅଧୀନ କ୍ରୀଡ଼ାଙ୍ଗନରେ ନୟାଗଡ଼ ଜିଲ୍ଲାର ତପସ୍ୟା ଶିଶୁଗୃହ ଏବଂ ନୟାଗଡ଼ କଳାପରିଷଦ ଶିଶୁ ଯତ୍ନ ଅନୁଷ୍ଠାନର ୬୦ ଜଣ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ା କୌଶଳରେ ପାରଦର୍ଶିତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡ଼ା ପ୍ରତି ଅଧିକ ରୂଚି ରଖିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତିଯୋଗୀମାନେ ଶହେ ଓ ଦୁଇଶହ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, କ୍ୟାରମ, ଚେସ୍ ଓ ଫୁଟବଲ୍ ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ୍ କେ ଇନ୍ନାୟତ ତୁଲ୍ଲା ପରିଚାଳନା କରିଥିଲାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ। ସତ୍ୟ ରଂଜନ ଦାଶ ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।