Odiapua.com

ନୟାଗଡ଼ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ପ୍ରସ୍ତୁତି ବୈଠକ

ନୟାଗଡ଼, ୮ା୧୨(ଓଡ଼ିଆ ପୁଅ): ନୟାଗଡ଼ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା.ଏନ୍.ତିରୁମାଳା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳ ପଡ଼ିଆରେ ଏହି ନିଯୁକ୍ତି ମେଳା ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବା ସହ ଏଥିପାଇଁ ନାମ ପଂଜିକରଣ ଆସନ୍ତା ୧୦ ତାରିଖଠାରୁ ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏଥିରେ ଜିଲ୍ଲାର ସମସ୍ତ ଯୁବକ ଯୁବତୀ ୫ମ ଶ୍ରେଣୀଠାରୁ ସ୍ନାତକ ଓ ଆଇଟିଆଇ ଯୋଗ୍ୟତାଧାରୀମାନେ ନାମ ପଂଜିକରଣ କରିପାରିବେ। ଏପରିକି ବେସରକାରୀ ନିଯୁକ୍ତିଦାତାମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ନିଯୁକ୍ତିମେଳା ଦ୍ୱାରା ପ୍ରାର୍ଥୀ ପ୍ରାର୍ଥୀନୀମାନେ ନିଯୁକ୍ତିର ସୁଯୋଗ ପାଇପାରିବା ସହ ସ୍ୱାବିଲମ୍ବି ହୋଇପାରିବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକଙ୍କ ସମେତ ଓରମାସର କାର୍ଯ୍ୟନିର୍ବାହୀ, ସମସ୍ତ ପଲିଟେକନିକ୍ ଓ ଆଇଟିଆଇର ଅଧ୍ୟକ୍ଷମାନେ ଯୋଗଦେଇଥିଲେ। ଶେଷରେ ଜିଳ୍ଲା ନିୟୋଜନ ଅଧିକାରୀ ଦୁର୍ଗାଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।