Odiapua.com

ନୟାଗଡ଼ ଜିଲ୍ଲାରେ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ଼, ୭ା୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ଯାଦବ ଓ ଜିଲ୍ଳା ନିର୍ବାଚନ ଅଧିକାରୀ ଓ ଜିଲ୍ଳାପାଳ ଡ.ଏନ୍ ତିରୁମାଳା ନାୟକଙ୍କ ଦ୍ୱାରା ଏହା ଉଦ୍ଘାଟନ କରିଛନ୍ତି। ଏହି ସଚେତନତା କାର୍ଯ୍ୟକୟମରେ ୨୫ଟି ଗାଡ଼ିରେ ୬୦ଜଣ ଅଧିକାରୀ, ୩୦ଜଣ ପୋଲିସ, ୬୦ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜିଲ୍ଳାର ସମସ୍ତ ବ୍ଳକକୁ ଯାଇ ଗ୍ରାମମାନଙ୍କରେ ଇଭିଏମ୍ ଓ ଭିଭିପିଏଟିର ଡେମନେଷ୍ଟ୍ରେଟର ଦ୍ୱାରା ଲୋକମାନଙ୍କୁ ସଚେତନତା କରାଇବେ। ଏହି ପରିପ୍ରେକ୍ଷିରେ ଅତିରିକ୍ତ ଜିଲ୍ଳାପାଳ ପ୍ରସନ୍ନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମିନି କନ୍ଫେରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇ ସାଧାରଣ ନିର୍ବାଚନରେ ଏଥିପାଇଁ ସଚେତନତା ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନତା କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଉପଜିଲ୍ଳାପାଳ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ସନ୍ତୋଷୀ ସାହୁ, ଜିଲ୍ଳା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିଆଇପିଆରଓ, ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅପରାହ୍ନରେ ମଧ୍ୟ ଏହି ସଚେତନତା ଉଦ୍ଦେଶ୍ୟରେ ପଠାଣି ସାମନ୍ତ ଅଡିଟୋରିୟମଠାରେ ସ୍କୁଲ, କଲେଜର ମୁଖ୍ୟମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୫ ତାରିଖ ଭୋଟର ଦିସବ ଉପଲକ୍ଷେ ଆସନ୍ତା ୧୦ ତାରିଖରେ ସିଷ୍ଟମେଟିକ୍ ଭୋଟରସ୍ ଏଜୁକେସନ ଆଣ୍ଡ ଇଲୋକ୍ଟୋରାଲ ପାର୍ଟିସ୍ପେସନ ସମ୍ପର୍କରେ ଅଲୋଚନା କରିବା ସହିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଚୂନାବ କ୍ଳବ ଗଠନ କରିବା ପାଇଁ ପରମର୍ଶ ଦିଆଯାଇଥିଲା।