Odiapua.com

ନୟାଗଡ଼ ଜିଲା ପ୍ରକଳ୍ପ ସଂଯୋଜକ ଦାୟିତ୍ୱରେ ଉପଜିଲାପାଳ

ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଉପଜିଲାପାଳ ଲଗ୍ନଜିତ ରାଉତ ଆଜି ଜିଲା ପ୍ରକଳ୍ପ ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲା ପ୍ରକଳ୍ପ ସଂଯୋଜକ ପଦବୀ ବହୁ ଦିନ ହେଲା ଖାଲି ପଡ଼ିଥିବାବେଳେ ଏହି ଦାୟିତ୍ୱ ଜିଲା ଶିକ୍ଷାଧିକାରୀ ନିର୍ବାହ କରୁଥିଲେ। ମାତ୍ର ଜିଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ସ୍ୱେଚ୍ଛାକୃତ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଫଳରେ ଜିଲାପାଳ ଡଃ ପୋମା ଟୁଡ଼ୁ ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ଜିଲା ପ୍ରକଳ୍ପ ସଂଯୋଜକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।