Odiapua.com

ନୟାଗଡ଼ ଜିଲାର ୩ବ୍ଳକରୁ ନୂଆ ୪ କରୋନା ଆକ୍ରାନ୍ତ

ନୟାଗଡ଼, ୨୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଆଜି ୩ଟି ବ୍ଳକରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩ଟି ବ୍ଳକ ହେଉଛି ଦଶପଲା, ଓଡ଼ଗାଁ ଓ ଖଣ୍ଡପଡ଼ା। ଖଣ୍ଡପଡ଼ା ବ୍ଳକରୁ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଓଡ଼ଗାଁ ବ୍ଳକରୁ ଜଣେ ମହିଳା ଓ ଜଣେ ପୁରୁଷ ଏବଂ ଦଶପଲ୍ଳା ବ୍ଳକରୁ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯ରେ ପହଂଚିଛି।