Odiapua.com

ନୟାଗଡ଼ ଜିଲାରେ ୩୪୫ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ନୂଆ ୫୩ ସୁସ୍ଥଙ୍କୁ ମିଶାଇ ସମୁଦାୟ ୨୬୫ ସୁସ୍ଥ

ନୟାଗଡ଼, ୨୦ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ସୋମବାର ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୩୪୫ ହୋଇଥିବାବେଳେ ଆଜି ୫୩ ଜଣ ସୁସ୍ଥକୁ ମିଶାଇ ସମୁଦାୟ ୨୬୫ ଜଣ ସୁସ୍ଥ ହୋଇଛନ୍ତି।। ତେବେ ଗତ ୧୬ ତାରିଖ ସୁଦ୍ଧା ୨୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲାବେଳେ ଆଜି ଅପରାହ୍ନ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସୂଚନା ମିଳିପାରିନଥିଲା। ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସଦ୍ୟ ସୂଚନା ଅନୁସାରେ ଆଜି ପୁଣି ୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଯାହାକି ୩୪୫ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୫୩ ସୁସ୍ଥଙ୍କୁ ମିଶାଇ ସମୁଦାୟ ୨୬୫ ଜଣ ସୁସ୍ଥ ହୋଇଥିବାରୁ ଜିଲାବାସୀଙ୍କ ମନରେ ଆଶ୍ୱସ୍ତି ଆଣିଛି।