Odiapua.com

ନୟାଗଡ଼-ଗଞ୍ଜାମ ଜିଲା ସୀମା ସିଲ୍ କଲା ଜିଲାପ୍ରଶାସନ

ନୟାଗଡ଼, ୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଥିବାବେଳେ ଏହାକୁ ରୋକିବା କ୍ଷେତ୍ରରେ ନୟାଗଡ଼ ଜଲା ପ୍ରଶାସନ ତରଫରୁ ନୟାଗଡ଼-ଗଞ୍ଜାମ ଜିଲା ସୀମାକୁ ସିଲ୍‌ କରାଯାଇଛି। ଓଡ଼ଗାଁ ଏବଂ ଗଂଜାମ ଜିଲା ସୀମାନ୍ତ ଦୁଇଟି ମୁଖ୍ୟ ରାସ୍ତା ବାଘୁଆ ଛକ, ସୁନାମୁହିଁ ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି। ଦଶପଲା ଠାରୁ ଭଞ୍ଜନଗରକୁ ଯାଇଥିବା ରାସ୍ତାକୁ ସିଲ୍ କରାଯିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବାବେଳେ ଗଞ୍ଜାମ ଜିଲାରୁ ନୟାଗଡ଼କୁ ଥିବା ବିଭିନ୍ନ ରାସ୍ତା ଗୁଡ଼ିକୁ ବନ୍ଦ କରିବା ପାଇଁ ସରପଂଚ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଗଞ୍ଜାମ ଜିଲାରୁ ନୟାଗଡ଼ ଜିଲାକୁ କୌଣସି ଯାନବାହାନ ଯାତାୟାତ କରିପାରିବ ନାହିଁ। କେବଳ ଜରୁରିକାଳୀନ ସେବା ଯାହାକି ମେଡିକାଲ ଏବଂ ଅତ୍ୟାବଶ୍ୟକ କାର୍ଯ୍ୟପାଇଁ ଛଡ଼ା ଯାଇପାରିବ ବୋଲି ଉପଜିଲାପାଳ ଲଗ୍ନଜିତ ରାଉତ ପ୍ରକାଶ କରିଛନ୍ତି।