Odiapua.com

ନୟାଗଡ଼: କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଳକ ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା ଓ ସିନ୍ଦୁରିଆ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଯଥାକ୍ରମେ ମାଛିପଡ଼ା ଶ୍ୟାମଘନ ହାଇସ୍କୁଲ ଓ ସିନ୍ଦୁରିଆ ହାଇସ୍କୁଲ ଠାରେ ହୋଇଥିଲାବେଳେ ଏଥିରେ ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏମାନଙ୍କୁ ଜୁନିଅର ଓ ସିନିଅର ଭାବେ ଦୁଇଟି ଗୃପ୍ କରାଯାଇଥିଲା। ଏହି କ୍ଲଷ୍ଟରସ୍ତରୀୟ ସୁରଭିରେ ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିଛି। ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶେଖ୍ ଅବଦୁଲ୍ ଖାଲିକ୍‌, ଅଶୋକ ମଲ୍ଲ, ସୁମିତ୍ରା ମିଶ୍ର, ସୌଦାମିନି ସ୍ୱାଇଁ, ସଂଗ୍ରାମ ସାହୁ ଓ ଶରତ ବେହେରା ପ୍ରମୁଖ ସହଯୋଗ କରିଥିଲେ।