ନୟାଗଡ଼, ୩୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରୁ ପ୍ରଥମ କରି ୫୪ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ୍-୧୯ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪୯ଜଣ ପୌର ପରିଷଦର କର୍ମଚାରୀ ହୋଇଥିବାବେଳେ ଅନ୍ୟମାନେ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି। ସହରକୁ ସଫା ସୁତୁରା ରଖୁଥିବା ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାଭାବେ ଗଣାଯାଇ ପ୍ରଥମ ପର୍ଯ୍ୟାୟରେ ୫୪ଜଣଙ୍କ ସ୍ୱାବ କୋଭିଡ୍-୧୯ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ନୟାଗଡ଼ ପିଟିଏସ୍ ଠାରେ ଥିବା କୋଭିଡ୍ କେୟାର ହସ୍ପିଟାଲରେ ଏହି ସ୍ୱାବ ସଂଗ୍ରହ କରାଯାଇଥିଲା।